ମଜନୁ ସତ୍ୟଜିତ ନାଁରେ ପୁଣି ଠକେଇ ଅଭିଯୋଗ ଆସିଛି । ଅଭିଯୋଗ ଆଣିଛନ୍ତି ବ୍ରହ୍ମପୁରର ଜଣେ ଯୁବତୀ । ଯୁବତୀଙ୍କଠାରୁ ୧ ଲକ୍ଷ ୬୦ ହଜାର ଟଙ୍କା ଠକିଛି ମଜନୁ ସତ୍ୟଜିତ । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ସୂଚନା ଦେଇଛନ୍ତି ।

Advertisment

ଡିସିପିଙ୍କ କହିବାନୁଯାୟୀ, ମଜନୁଙ୍କ ଆଉ ଏକ ନିଶାନ ମ୍ୟାଗ୍ନେଟ ଗାଡ଼ି ଜବତ ହୋଇଛି । ତାକୁ ପୁଣି ରିମାଣ୍ତରେ ନେବା ପାଇଁ ଆବେଦନ କରିଛୁ । ଠକାମୀର ଶିକାର ହୋଇଥିଲେ କ୍ୟାପିଟାଲ ଥାନାରେ ଅଭିଯୋଗ କରନ୍ତୁ । ଅଭିଯୋଗକାରିଣୀଙ୍କ ନାମ ଗୋପନୀୟ ରଖାଯିବ । ୨୦୨୨ ରୁ ସେ ମହିଳାଙ୍କୁ ଠକୁଛି, ଏନେଇ ଆମକୁ ପ୍ରମାଣ ମିଳିଛି । ଯିଏ ବି ଏଥିରେ ସାମିଲ ଅଛନ୍ତି, ସେମାନଙ୍କୁ ଚହ୍ନଟ କରି ତଦନ୍ତ କରାଯିବ ।

ଯେତେ ଜେରା ହେଉଛି ରସିକିଆ ଦୁହ୍ଲେ ରାଜାକୁ ନେଇ ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ମହିଳାଙ୍କୁ ଫସାଇ ବିବାହ କରି ସେମାନଙ୍କ ଠାରୁ ଟଙ୍କା ଲୁଟୁଥିବା ଠକ ସତ୍ୟଜିତ ସାମଲ ସମ୍ପର୍କରେ ଥିଲେ ଜଣେ ରହସ୍ୟମୟୀ ମହିଳା । ଯାହାଙ୍କୁ ସେ ଟଙ୍କା ପଠାଉଥିଲେ ।

ରାଜଧାନୀରେ ବହୁ ଚର୍ଚ୍ଚିତ ଦୁଲହେ ରାଜା ସତ୍ୟଜିତ ସାମଲ ଗିରଫ ଘଟଣାରେ ନୁଆ ମୋଡ । ପୋଲିସ ହାତରେ ଲାଗିଛି ସତ୍ୟଜିତ ସହ ଜଣେ ମହିଳାଙ୍କ ଲିଙ୍କର ଠିକଣା । ଏହି ରହସ୍ୟମୟୀ ଲୈଲା କୁଆଡେ ଥିଲେ ସତ୍ୟଜିତ ସିଣ୍ଡିକେଟର ସାରଥି । ବିଭିନ୍ନ ସମୟରେ ଏହି ମଜନୁଙ୍କ ଆକାଉଣ୍ଟରୁ ଲୈଲା ଆକାଉଣ୍ଟକୁ ମୋଟା ଅଙ୍କର ଟଙ୍କା ପଠାଉଥିଲା । ତଦନ୍ତ ବେଳେ ଜଣା ପଡିଛି, ଗତ ୨ ମାସରେ ଲୈଲା ଜଣକ ମଜନୁ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ନେଇଛନ୍ତି । ଲୈଲାଙ୍କ ଆକାଉଣ୍ଟରୁ ବି ମଜନୁ ଆକାଉଣ୍ଟକୁ ମଝିରେ ମଝିରେ ଟଙ୍କା ଯାଇଛି । ପୋଲିସ ରିମାଣ୍ଡରେ ଥିବା ବେଳେ ସତ୍ୟଜିତ ଆକାଉଣ୍ଟରୁ ଟଙ୍କା ଉଠାଯାଇଛି । ଛାନଭିନରୁ ଜଣା ପଡିଲା ଜଣେ ମହିଳା ଏହି ଟଙ୍କା ଗାଏବ କରିଛନ୍ତି । ମଜନୁର ଏଟିଏମ ଜରିଆରେ ୫୦ ହଜାର ଟଙ୍କା କାଢି ନେଇଛନ୍ତି ରହସ୍ୟମୟୀ ମହିଳା ।

୧୦୦ ରାଣୀଙ୍କର ରସିକନାଗରକୁ ୧୦ ରିମାଣ୍ଡରେ ଆଣିବାକୁ ଆବେଦନ କରିଛି ପୋଲିସ । ରସିକନାଗରର ରଙ୍ଗୀନ କାରବାରର ଖୋଳତାଡ଼ ପାଇଁ ଦୁଇଟି ଟିମ ଗଠମ ହୋଇଛି । ରାଜ୍ୟ ବାହାରେ ଠକେଇ ହୋଇଥିବା ମହିଳାଙ୍କ ବୟାନ ରେକର୍ଡ ପାଇଁ ଏକ ଟିମ ରାୟପୁର, ଯୁପି, କୋଲକାତା ଏବଂ ଦିଲ୍ଲୀ ଯାଇ ଖୋଳତାଡ଼ କରିବ । ରହସ୍ୟ ବଢାଉଥିବା ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ ପାଇଁ ଏସବିଆଇ ମୁଖ୍ୟ ଶାଖାକୁ ତଥ୍ୟ ମଗା ଯାଇଥିବା ଡିସିପି କହିଛନ୍ତି ।