କନକ ବ୍ୟୁରୋ: କମିସନରେଟ ପୁଲିସର ରିମାଣ୍ଡ ଅବଧିରେ ମଜନୁ ସତ୍ୟଜିତ ସାମଲ ରଙ୍ଗୀନ ଗୁମର ଫିଟିଛି। ଆଉ ରିମାଣ୍ଡ ଅବଧି ମଧ୍ୟରେ ପୁଲିସ ଜଣେ ରହସ୍ୟମୟୀ ମହିଳାଙ୍କ ସୁରାଗ ପାଇଛି । କୁହାଯାଉଛି ସତ୍ୟଜିତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ରହସ୍ୟମୟୀ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫୋର ହୋଇଛି । ଯେଉଁ ବ୍ୟକ୍ତି ମିଛ କହି ୫ଜଣ ମହିଳାଙ୍କୁ ବିବାହ କରି ଲକ୍ଷ ଲକ୍ଷ ଟଙ୍କା ଲୁଟ କରିଥିଲା । ସ୍ତ୍ରୀ ନାମରେ ଋଣ କରି ସେ ବିଳାସମୟ ଜୀବନ ବିତାଉଥିଲା । ଏକାଧିକ ମହିଳାଙ୍କୁ ସେ ପ୍ରେମ ଜାଲରେ ଫସାଇ, ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ରଖି ବ୍ଲକମେଲ କରୁଥିଲା। ଆଉ ସେହି ଟଙ୍କାରେ ବିଦେଶରେ ବୁଲି ଉଡାଉଥିଲା ସତ୍ୟଜିତ ସାମଲ।

ଆଗକୁ ୯୯ ମହିଳାଙ୍କୁ ବିବାହ କରିବାକୁ ଯୋଜନା ମଧ୍ୟ କରିଥିଲା । ମିଛ କହି ସମସ୍ତଙ୍କୁ ଚୁନା ଲଗାଉଥିବା ସତ୍ୟଜିତ କାହିଁକି ଜଣେ ମହିଳାଙ୍କୁ ଟଙ୍କା ଗଣୁଥିଲା? ସେହି ରହସ୍ୟମୟୀ ମହିଳାଙ୍କୁ ସହ ସତ୍ୟଜିତଙ୍କ ସଂପର୍କ କଣ? ମହିଳାଙ୍କୁ କେତେ ଟଙ୍କା ଦେଇଛି ସତ୍ୟଜିତ ? ଏସବୁ ପ୍ରଶ୍ନକୁ ନେଇ ସାଧାରଣ ଚର୍ଚ୍ଚା ଜୋର ଧରିଛି ?