କନକ ବ୍ୟୁରୋ : ଓଏଲଏକ୍ସରେ ଭଡା ଘର ଯୋଗାଇଦେବ ବୋଲି କହି ଲୋକଙ୍କୁ ଠକୁଥିଲା ଠକ । ଠକକୁ ଯାଜପୁରରୁ ଉଠାଇ ଆଣିଲା ଭୁବନେଶ୍ୱର ସାଇବର ଥାନା ପୋଲିସ । ଯାଜପୁର ଅଂଚଳର ଧିରେନ ଜେନା ଓ ତାର ଅନ୍ୟ ଦୁଇ ସହେଯାଗୀ ଓଏଲଏକ୍ସରେ ମିଛ ଭଡାଘରର ବିଜ୍ଞାପନ ଦେଇଥିଲେ ଓ ତଳେ ଯୋଗାଯୋଗ ପାଇଁ ନମ୍ବର ମଧ୍ୟ ଦେଇଥିଲେ । ରାଜଧାନୀରେ ଅନେକ ଭଲ ଭଲ ଘର ଭଡାରେ ମିଳି ପାରିବ ବୋଲି ଏହି ବିଜ୍ଞାପନରେ ଉଲ୍ଲେଖ କରିଥିଲେ । ବିଶେଷ କରି ଛାତ୍ରଛାତ୍ରୀ ମାନଙ୍କୁ ଏହି ଠକ ଗ୍ୟାଙ୍ଗ ଟାର୍ଗେଟ କରୁଥିଲେ । ଯେଉଁମାନେ ଏହି ବିଜ୍ଞାପନ ଦେଖି ଫୋନ କରୁଥିଲେ ସେମାନଙ୍କୁ କଥା ମାଧ୍ୟମରେ ପ୍ରଲୋଭିତ କରି ତାଙ୍କ ଠାରୁ ଘର ଦେଖାଇବା ଓ ଘର ଦେବା ବାବଦକୁ ଆଡଭାନ୍ସ ଟଙ୍କା ନେଇ ଆସୁଥିଲେ । ଟଙ୍କା ପାଇବା ପରେ ସେମାନେ ଆଉ ଧରାଛୁଆଁ ଦେଉନଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ଧରା ପଡିବା ଭୟରେ ଆଡଭାନ୍ସ ଟଙ୍କା ନିଜ ଆକାଉଂଟରେ ନନେଇ ବିଭିନ୍ନ ଦୋକାନୀ ମାନଙ୍କ ଫୋନ ପେ, ପେଟିଏମ କିମ୍ବା ଗୁଗୁଲ ପେ ଆକାଉଂଟରେ ନେଉଥିଲେ । ଦୋକାନି ମାନଙ୍କ ନିକଟରେ ଟଙ୍କା ପହଂଚିବା ପରେ ତାଙ୍କ ଠାରୁ ଅଳ୍ପ କିଛି ଜିନିଷ କିଣି ବାକି ବଳୁଥିବା ଟଙ୍କା କୁ କ୍ୟାସ ଆକାରରେ ଫେରେଇ ଆଣୁଥିଲେ । ଏହିଭଳି ଭାବେ ଅନେକ ଲୋକଙ୍କୁ ମୋନେ ଠକି ଟଙ୍କା ରୋଜଗାର କରୁଥିଲେ । ଏନେଇ ସାଇବର ଥାନାରେ ଅଭିଯୋଗ ପରେ ମୁଖ୍ୟ ଅଭିଯୁକ୍ତ ଧିରେନ ଜେନାକୁ ଗିରଫ କରି କୋର୍ଟଚାଲାଣ କରିଛି ସାଇବର ଥାନା ପୋଲିସ ।
ଲୋକଙ୍କୁ ଠକିବାର ନୂଆ ଉପାୟ । ଓଏଲଏକ୍ସରେ ଘର ଭଡ଼ା ଦେବାକୁ କହି ଠକିନେଲେ, ସାଇବର ଥାନାରେ ଅଭିଯୋଗ ପରେ ମୁଖ୍ୟ ଅଭିଯୁକ୍ତ ଧିରେନ ଜେନା ଗିରଫ
/kanak/media/post_attachments/wp-content/uploads/2023/12/10-15.jpg)