କନକ ବ୍ୟୁରୋ : ଦିବ୍ୟଙ୍ଗମାନଙ୍କୁ ଶିବିରକୁ ଡାକିଲେ। ଆନୁସଙ୍ଗିକ ବ୍ୟବସ୍ଥା ନକରି ହଟହଟା କଲେ। ତଳେ ଗଡ଼ିଲେ ଦିବ୍ୟାଙ୍ଗ। ପାଣି ଟୋପାଏ ନି ଦେଲେ ନାହିଁ ଆୟୋଜକ! ଶିବିରରେ ପହଞ୍ଚି ଅସନ୍ତୋଷ ପ୍ରକାଶ କଲେ ବ୍ଲକ ଉପାଧ୍ୟକ୍ଷ। ଦିବ୍ୟାଙ୍ଗ ଚିହ୍ନଟ କରି ସେମାନଙ୍କୁ ଉପକରଣ ଦେବା ପାଇଁ ସ୍ୱେଚ୍ଛାସେବୀ ସଂସ୍ଥା ଆଲିମିକୋକୁ ଦାଇତ୍ୱ ଦେଇଛନ୍ତି କେନ୍ଦ୍ର ସରକାର। ଏହି ସଂସ୍ଥା ପୁରୀ ଜିଲ୍ଲା ଗୋପ ବ୍ଲକରେ ଆଜି ଭିର୍ଣ୍ଣକ୍ଷମ ଓ ଦିବ୍ୟଙ୍ଗଙ୍କ ଚିହ୍ନଟ ପାଇଁ ଶିବିରର ଆୟୋଜନ କରିଥିଲା। ଶିବିରରେ ଆରମ୍ଭରୁ ବିଭ୍ରାଟ ଦେଖାଦେଇଥିଲା। ଦାୟିତ୍ୱରେ ଥିବା ଅଧିକାରୀମାନେ ଶହଶହ ସଂଖାରେ ଦିବ୍ୟାଙ୍ଗ ଓ ଭିର୍ଣ୍ଣକ୍ଷମଙ୍କୁ ସାମାନ୍ୟତମ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ଦିବ୍ୟାଙ୍ଗ ବୟସ୍କ ବ୍ୟକ୍ତି, ଛୋଟ ଛୋଟ ପିଲା ଚଟାଣରେ ତଳେ ଗଡୁଥିଲେ। ୨୦ରୁ ୪୦ କିଲୋମିଟର ଦୂରରୁ ସକାଳ ୯ଟାରୁ ଘରୁ ଆସିଥିଲେ। ଅପରାହ୍ନ ୩ଟା ପର୍ୟ୍ୟନ୍ତ ଭୋକ ଉପାସରେ ରହିଥିଲେ। ଖାଦ୍ୟପେୟର ବ୍ୟବସ୍ଥା ନଥିବାରୁ ହୋହଲ୍ଲା କରିଥିଲେ। ହେଲେ ସ୍ୱେଚ୍ଛାସେବୀ ସଂଗଠନ କି ବ୍ଲକ ପ୍ରଶାସନିକ ଅଧିକାରୀ କୌଣସି ପ୍ରକାର ପଦକ୍ଷେପ ନେଇନଥିଲେ। ଏଖବର ଜାଣି ଶିବିରରେ ପହଂଚିଥିଲେ ବ୍ଲକ ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକ। ଅସନ୍ତୋଷ ବ୍ୟକ୍ତ କରିବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଗୋପ ବ୍ଲକ ପରିସରରେ ଶିବିର ଆୟୋଜନ କରାଯାଇଥିଲେ ମଧ୍ୟ ଏଭଳି ଅବ୍ୟବସ୍ଥା ସମ୍ପର୍କରେ ବିଡ଼ିଓ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

Advertisment