ମହଙ୍ଗା ପଡିଲା ସୁନା ଶଙ୍ଖ ଲୋଭ । ଜମିରୁ ସୁନା ଶଙ୍ଖ ମିଳିଥିବା କହି ନୟାଗଡରେ ୮ ଲକ୍ଷ ଟଙ୍କାରେ ବିକିଥିଲେ ନବରଙ୍ଗପୁର ଲୁଟେରା, ଉମରକୋଟ ଥାନାରେ ଏତଲା ପରେ ଅଭିଯୁକ୍ତ ଗିରଫ

1,498

କନକ ବ୍ୟୁରୋ: ନବରଙ୍ଗପୁର ଲୋକ ସୁନା ଶଙ୍ଖ ଦେଖାଇ ନୟାଗଡରେ ଠକି ନେଲେ ୮ ଲକ୍ଷ ଟଙ୍କା । ଜମିରୁ ସୁନା ଶଙ୍ଖ ମିଳିଥିବା କହି ନୟାଗଡ ଜିଲ୍ଲାରେ ଆଠ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ ନକଲି ସୁନା ଶଙ୍ଖ । ଗତ ଜୁଲାଇ ୨୭ ତାରିଖରେ ନୟାଗଡ ଜିଲ୍ଲାର ଓଡଗାଁ ଅଂଚଳର ଫକୀର ମୋହନ କରଙ୍କ ସହିତ ସୁନା ଶଙ୍ଖ ଜମିରୁ ମିଳିଥିବା କହି ଯୋଗାଯୋଗ କରିଥିଲେ ଅଭିଯୁକ୍ତ । ସୁନାରଙ୍ଗର ଓଜନିଆ ଶଙ୍ଖ ଦେଖି ତାକୁ ୮ ଲକ୍ଷ ଟଙ୍କା ଦେଇ କିଣିଥିଲେ ଫକୀରମୋହନ ।

ମହଙ୍ଗା ପଡିଲା ସୁନା ଶଙ୍ଖର ଲୋଭ
ନକଲି ଜିନିଷ ପାଇଁ ଲାଗିଲା ୮ ଲକ୍ଷ ଟଙ୍କାର ଚୂନା

ଅଗଷ୍ଟ ୫ ତାରିଖରେ ନବରଙ୍ଗପୁରରୁ ସୁନା ଶଙ୍ଖ କିଣିଥିଲେ ଫକୀର ମୋହନ । କିନ୍ତୁ ଘରକୁ ଫେରି ନୟାଗଡରେ ଏହାର ଯାଂଚ କରିବା ପରେ ଏହା ନକଲି ଥିବା ଜଣାପଡିଲା । ଏନେଇ ଉମରକୋଟ୍ ଥାନାରେ ଏତଲା ପରେ ପୋଲିସ ମଧ୍ୟସ୍ଥ ସହିତ ଠକକୁ ଗିରଫ କରିଛି । ସେମାନଙ୍କ ପାଖରୁ ଦୁଇଟି ଶଙ୍ଖ, ଦୁଇଟି ମୋବାଇଲ ଓ ଏକ ଲକ୍ଷ ଟଙ୍କା ଜବତ କରିଛି ପୋଲିସ ।

ତେବେ ସୁନାଶଙ୍ଖ ବିକ୍ରି ରାକେଟ୍ରେ ଆହୁରି ଅଧିକ ଲୋକଙ୍କ ସଂପୃକ୍ତି ଥିବା ସନ୍ଦେହ କରୁଛି ପୋଲିସ । ଏନେଇ ଉମରକୋଟ ପୋଲିସ ତନାଘନା ଜୋରଦାର ଜାରି ରଖିଛି ।