ଏଠାରେ ମାତ୍ର ୫୦ ଟଙ୍କାରେ ଫୁଲ୍ ହୋଇଯିବ ଆପଣଙ୍କ ଗାଡିର ଟାଙ୍କି

730

କନକ ବ୍ୟୁରୋ : ଦେଶରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ମୂଲ୍ୟକୁ ନେଇ ଏବେ ହାହାକାର ପଡିଛି । ପାଖା ପାଖି ସବୁ ବଡସହର ମାନଙ୍କରେ ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ଉପରେ ବିକ୍ରି ହେଉଛି । ଏହି କ୍ରମରେ ଡିଜେଲର ଦର ବି ପଛରେ ପଡିନାହିଁ । ସାରା ଦେଶରେ ଏବେ ୯୭ ଟଙ୍କା ଉପରେ ରହିଛି ଡିଜେଲ । ହେଲେ ପେଟ୍ରୋଲିୟମ ସଂପଦ ଥିବା କିଛି ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ ଏତେ ଶସ୍ତା ରହିଛି ଯେ ମାତ୍ର ଭାରତୀୟ ମୁଦ୍ରା ୫୦ ଟଙ୍କାରେ ଆପଣଙ୍କ ଗାଡିର ଟାଙ୍କି ଫୁଲ୍ ହୋଇଯିବ ।

ଗୋଟେପଟେ ଭାରତରେ ୫୦ ଟଙ୍କାରେ ଅଧା ଲିଟର ପେଟ୍ରୋଲ ମିଳୁ ନଥିବା ବେଳେ ଆମେ ଆପଣଙ୍କୁ ଏମିତି ଏକ ଦେଶର କଥା କହିବାକୁ ଯାଉଛୁ ଯେଉଁଠି ମାତ୍ର ୫୦ ଟଙ୍କାରେ ଆପଣ ଆପଣଙ୍କ ଗାଡିର ଟାଙ୍କି ଫୁଲ କରିପାରିବେ । କହିରଖୁ କି ଭେନଜୁଏଲାରେ ଦୀର୍ଘଦିନ ହେବ ରାଜନୈତିକ ସଂକଟ ଜାରି ରହିଥିବାରୁ ଏଠାରେ ଅବସ୍ଥା ଏମିତି ହୋଇଛି ଯେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଧନୀ ଲୋକମାନେ ବି ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏଠାରେ ଆପଣ ଭାରତୀୟ ମୁଦ୍ରାର ମାତ୍ର ୨୧ ପଇସା ଖର୍ଚ୍ଚ କରି ଆପଣ ଆପଣଙ୍କ ଗାଡିରେ ୧ ଲିଟର ପେଟ୍ରୋଲ ପକାଇ ପାରିବେ । ଏନର୍ଜୀ ସେକ୍ଟର ୱେବସାଇଟ www.globalpetrolprices.com ମୁତାବକ ଭେନଜୁଏଲାରେ ପେଟ୍ରୋଲ ଲିଟର ପ୍ରତି ୦.୦୨ ଡଲାର ରହିଛି । ସେହିଭଳି ଡିଜେଲର ଲିଟର ପ୍ରତି ମୂଲ୍ୟ ଜାଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ । ଭେନଜୁଏଲାରେ ଡିଜେଲ ଲିଟର ପ୍ରତି ଦାମ ରହିଛି ୦ ଡଲାର ।

ଆପଣଙ୍କୁ କହିରଖୁ କି ଭେନଜୁଏଲା ମୁଦ୍ରାରେ ପେଟ୍ରୋଲ ଲିଟର ପ୍ରତି ଦାମ ରହିଛି ୫୦୦୦ ବୋଲିଭର, ଅର୍ଥାତ ଡଲାରରେ ତୁଳନା କଲେ ଏହା ୦.୨ ଡଲାର ଓ ଏହାକୁ ଭାରତୀୟ ମୁଦ୍ରାରେ ପରିବର୍ତ୍ତନ କଲେ ମାତ୍ର ୨୧ ପଇସା ହେବ । ସୂଚନା ଥାଉକି ଏକ୍ସଚେଞ୍ଜ ରେଟ ମୁତାବକ ଭାରତୀୟ ମୁଦ୍ରା ୧ ଟଙ୍କାକୁ ଏକ୍ସଚେଞ୍ଜ କଲେ ଆପଣଙ୍କୁ ୨୩୭୩୩.୯୫ ବୋଲିଭର ମିଳିବ ।

କେବଳ ଭେନଜୁଏଲା ନୁହେଁ ପୃଥିବୀରେ ଆହୁରି ଅନେକ ଦେଶ ରହିଛି ଯେଉଁଠି ବି ଆପଣଙ୍କୁ ଆଶା କରିନଥିବା ଶସ୍ତା ଦାମରେ ପେଟ୍ରୋଲ ମିଳିଯିବ । ସେହି ଦେଶମାନଙ୍କ ମଧ୍ୟରେ ରହିଛି ସୁଦାନ, କତର, କଜାକିସ୍ତାନ, ତୁର୍କିମୋନିସ୍ତାନ, ନାଇଜେରିଆ, କୁଏତ, ଅଲଜରିଆ, ଓଙ୍ଗଲା ଭଳି ଦେଶ ।