ତାଲାବନ୍ଦରେ ବି ରହିବନି ଟଙ୍କା ଟେନସନ୍ ! କରୋନା ବିପଦ ବେଳେ ଏସବିଆଇର ବଡ ଅଫର: ଘରେ ବସି ମାତ୍ର ୪୫ ମିନିଟରେ ପାଆନ୍ତୁ ବିନା ଇଏମଆଇରେ ଲୋନ; ଜାଣନ୍ତୁ ପୂରା ପ୍ରକ୍ରିୟା

11,867

କନକ ବ୍ୟୁରୋ: କରୋନା ମହାମାରୀକୁ ରୋକିବା ପାଇଁ ଦେଶବ୍ୟାପୀ ଜାରି ରହିଛି ତାଲାବନ୍ଦ କଟକଣା । ଆଉ ଏହି କଟକଣା ଭିତରେ ଲକ୍ ହୋଇଯାଇଛି ଅନେକ ଲୋକଙ୍କର ଜୀବନ-ଜୀବିକା । କରୋନା କଟକଣା ପାଇଁ କାମ ଧନ୍ଦା ଠପ୍ ହୋଇଯାଇଛି, ରୋଜଗାର ବି ଶୂନ୍ୟ ହୋଇଯାଇଛି । ଫଳରେ କରୋନା ମାଡରେ ଲୋକଙ୍କ ଆର୍ଥିକ୍ ମେରୁଦଣ୍ଡ ପୂରା ପୂରି ଦୋହଲି ଯାଇଛି । ଯାହାର ସିଧା ପ୍ରଭାବ ପଡିଛି ସାଧାରଣ ଜନତାଙ୍କ ଉପରେ । ତେବେ ଏଭଳି ଏକ ଘଡିସନ୍ଧି ମୁହୂ୍ତ୍ତରେ ଲୋକଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି ଭାରତୀୟ ଷ୍ଟେଟ ବ୍ୟାଙ୍କ ।

ତାଲାବନ୍ଦ ସମୟରେ ଯଦି ଆପଣଙ୍କୁ ଟଙ୍କାର ଆବଶ୍ୟକତା ରହିଛି ଆଉ ଆପଣ ଚିନ୍ତା କରିପାରୁନାହଁନ୍ତି କି ଆପଣ ଟଙ୍କା କାହାଠାରୁ ଆଉ କେମିତି ଯୋଗାଡ କରିବେ, ଯାହା ଦ୍ୱାରା ଆପଣଙ୍କ ଆବଶ୍ୟକତା ତତକାଳ ପୁରଣ ହୋଇପାରିବ । ତେବେ ଏଥିପାଇଁ ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁନି । ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ତଥା ଏସବିଆଇ ସାଧାରଣ ଲୋକଙ୍କର ଏଭଳି ଅସୁବିଧାକୁ ନଜରରେ ରଖି ଆରମ୍ଭ କରିଛି ଇମରଜେନ୍ସି ଲୋନ୍ । ବଡ କଥା ହେଲା କି ଏଥିପାଇଁ ଆପଣଙ୍କୁ କେଉଁଠିକୁ ଯିବାକୁ ପଡିବ ନା ହିଁ କାହାକୁ ଖୋସାମତ କରିବାକୁ ପଡିବ । ବରଂ ଆପଣ ଆପଣଙ୍କ ଘରେ ବସି ହିଁ ଏସବିଆଇରୁ ଏହି ଲୋନର ଫାଇଦା ମାତ୍ର ୪୫ ମିନିଟରେ ଉଠାଇପାରିବେ ।

ସେହିଭଳି ଇମରଜେନ୍ସି ଲୋନ ନେବା ପରେ ଆପଣଙ୍କୁ ଇଏମଆଇର ଟେନସନ ମଧ୍ୟ ରହିବନି । କାହିଁକି ନା ଲୋନ ନେବାର ପାଖାପାଖି ୬ ମାସ ପର୍ଯ୍ୟନ୍ତ ଆପଣଙ୍କୁ ମାସିକ କିସ୍ତି ତଥା ଇଏମଆଇ ଦେବାକୁ ପଡିବନି । ଅର୍ଥାତ୍ ଯଦି ଆପଣ ମେ ମାସରେ ଏସବିଆଇରୁ ଇମରଜେନ୍ସି ଲୋନ ନେଉଛନ୍ତି ତେବେ ଆପଣଙ୍କୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଇଏମଆଇ ପେମେଂଟ କରିବାରୁ ପଡିବ ନାହିଁ । ଅର୍ଥାତ୍ ଆପଣଙ୍କର ଇଏମଆଇ ୬ ମାସ ପରେ ହିଁ ଆରମ୍ଭ ହେବ ।

କେମିତି ମିଳିବ ଇମରଜେନ୍ସି ଲୋନ?

• ଇମରଜେନ୍ସି ଲୋନ ପାଇବାକୁ ହେଲେ ଏସବିଆଇର ଗ୍ରାହକ ନିଜର ରେଜିଷ୍ଟର୍ଡ ନମ୍ବରରୁ PAPL ଲେଖି ପ୍ସେସ ଦେଇ ନିଜ ଆକାଉଂଟ ନମ୍ବରର ଶେଷ ୪ ଡିଜିଟ୍ ଲେଖି ତାକୁ ୫୬୭୬୭୬ରେ ମେସେଜ କରିଦିଅନ୍ତୁ ।

• ଏହାପରେ ଆପଣଙ୍କ ନିକଟକୁ ଇମରଜେନ୍ସି ଲୋନ ପାଇବାକୁ ଆପଣ ଯୋଗ୍ୟ କି ନୁହେଁ ଏନେଇ ଏକ ରିଟର୍ନ ମେସେଜ ଆସିବ ।

• ଯଦି ଆପଣଙ୍କ ନିକଟରେ ଏସବିଆଇ ପକ୍ଷରୁ ଏଭଳି ମେସେଜ ଆସେ ଏବଂ ଲୋନ ପାଇଁ ଆପଣ ହକଦାର ଅଟନ୍ତି ତେବେ ଏଥିପାଇଁ ମାତ୍ର ୪ଟି ପ୍ରୋସେସ ଫଲୋ କରି ଆପଣ ଏହି ଲୋନ ପାଇପାରିବେ ।

• ଏହାପରେ ଏସବିଆଇ ଆପରେ ‘ଆଭେଲ୍ ନାଓ’ ଅପସନ ଉପରେ କ୍ଲିକ କରନ୍ତୁ ।

• ଏହାପରେ ସମୟ ସୀମା ତଥା ଅବଧି ଏବଂ ଆପଣ କେତେ ଟଙ୍କା ଲୋନ ନେବାକୁ ଚାହୁଛନ୍ତି ତାହା ଲେଖନ୍ତୁ ।

• ଏହାପରେ ଆପଣଙ୍କ ରେଜିଷ୍ଟର୍ଡ ନମ୍ବରରେ ଏକ ଓଟିପି ଆସିବ । ଯାହାକୁ ଏଠାରେ ଦେବା କ୍ଷଣି ଆପଣଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମା ହୋଇଯିବ ।