ବଜାରକୁ ଆସିଲା ସବୁଠୁ ଶସ୍ତା ଲାପଟପ୍ : ମୂଲ୍ୟ ମାତ୍ର ୧୬,୦୦୦

98

ଘରୋଇ ଇଲେକ୍ଟ୍ରାନିକ୍ କମ୍ପାନୀ iBall ଭାରତୀୟ ବଜାରରେ ନିଜର ନୂଆ ବଜେଟ୍ ଲାପଟପ୍ iBall CompBook M500 ଲଂଚ କରିଛି । ଏହି ଲାପଟପ୍ ୱିଣ୍ଡୋଜ୍ ୧୦ ସହିତ ୧୬,୯୯୯ ଟଙ୍କା ଓ ୱିଣ୍ଡୋଜ ୧୦ ପ୍ରୋ ସହିତ ୧୮,୯୯୯ ଟଙ୍କାର ମୂଲ୍ୟ ସହିତ ଆସିବ । ଏହି ଲାପଟପରେ କମ୍ପାନୀ ୪ଜିବି ର୍ୟାମ ଓ ଓ ୩୨ ଜିବି ଷ୍ଟୋରେଜ୍ ଦେଇଛି । କମ୍ପାନୀ ମୁତାବକ ଏହି ଲାପଟପ୍ କୁ ବିଶେଷ ଭାବରେ ବ୍ୟବସାୟୀ ଓ ପ୍ରୋଫେସନାଲ ପାଇଁ ଡିଜାଇନ୍ କରାଯାଇଛି ।

• ଏହି ଲାପଟପ୍ ରେ ୧୪ ଇଂଚର ଫୁଲ ଏଚଡି ସ୍କ୍ରିନ୍ ଦିଆଯାଇଛି ଯାହା ଆଇପିଏସ୍ ସ୍କ୍ରିନ୍ ଟେକନୋଲୋଜି ଲେସ୍ ଅଛି । ଏଥିରେ ୨.୪ ଗିଗା ହର୍ଟଜ ସ୍ପିଡର ଇଂଟେଲ ସେଲେରାନ୍ ଡୁଆଲ କୋର୍ ପ୍ରୋସେସର ଦିଆଯାଇଛି ।

• କମ୍ପାନୀର ଦାବି ଯେ, ଏଥିରେ ୩୮ କିଲୋହର୍ଟଜ ର ବ୍ୟାଟେରୀ ଦିଆଯାଇଛି , ଯାହା ୫.୫ ଘଣ୍ଟା ପର୍ଯ୍ୟନ୍ତ ପାୱାର ବେକଅପ୍ ଦେଇପାରେ । ଏହା ସହିତ ୨୩ ଘଣ୍ଟା ପର୍ଯ୍ୟନ୍ତ ଗୀତ ବାଜିପାରିବ । ମାଇକ୍ରୋ ଏସଡି କୋର୍ଡ ଜରିଆରେ ୧୨୮ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ କୁ ବଢ଼ାଯାଇପାରିବ ।