୫୦ ହଜାର ଟଙ୍କାରୁ କମ୍ ଦାମରେ କିଣନ୍ତୁ ଏହିସବୁ ଇଲେକ୍ଟ୍ରିକ୍ ସ୍କୁଟର, ମାଇଲେଜ ବି ଜାଣିଲେ ହୋଇଯିବେ ଚକିତ

୫୦ ହଜାର ଟଙ୍କାରୁ କମ୍ ଦାମରେ କିଣନ୍ତୁ ଏହିସବୁ ଇଲେକ୍ଟ୍ରିକ୍ ସ୍କୁଟର, ମାଇଲେଜ ବି ଜାଣିଲେ ହୋଇଯିବେ ଚକିତ

କନକ ବ୍ୟୁରୋ : ଦେଶରେ ଗୋଟିଏ ପଟେ ପେଟ୍ରୋଲ ଦାମ ଆକାଶଛୁଅାଁ ହୋଇଥିବା ବେଳେ ଲୋକମାନେ ଧିରେ ଧିରେ ବିଦ୍ୟୁତ୍ ଚାଳିତ ଗାଡି କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଏହି କ୍ରମରେ ଅନେକ ଦୁଇଚକିଆ ଗାଡି ନିର୍ମାତା କମ୍ପାନୀମାନେ ଏବେ ଇଲେକ୍ଟ୍ରିକ ଗାଡି ପ୍ରସ୍ତୁତ କରି ମାର୍କେଟକୁ ଛାଡୁଛନ୍ତି । ହେଲେ ସାଧାରଣ ଭାବେ ଦେଖିବାକୁ ଗଲେ ଏହି ଇଲେକ୍ଟ୍ରିକ୍ ଗାଡିଗୁଡିକର ଦାମ ପାଖା ପାଖି ପେଟ୍ରୋଲ ଚାଳିତ ଗାଡିର ଦାମ ସହ ସମାନ ହେଉଥିବାରୁ ଏହାକୁ ନେଇ ଗ୍ରାହକମାନେ ଅସନ୍ତୁଷ୍ଟ ରହୁଛନ୍ତି । ଏସବୁକୁ ନଜରରେ ରଖି କିଛି ଦୁଇଚକିଆ ଗାଡି ନର୍ମାତା କମ୍ପାନୀମାନେ ଏବେ ମାର୍କେଟକୁ ଶସ୍ତାଦାମର ଇଲେକ୍ଟ୍ରି ସ୍କୁଟର ଛାଡିଛନ୍ତି । ଆସନ୍ତୁ ଜାଣିବା ଏହି ସବୁ ସ୍କୁଟରର ଦାମ ଓ ମାଇଲେଜ ବାବଦରେ ।

publive-image

ହିରୋ ଇଲେକ୍ଟ୍ରିକ୍ ଫ୍ଲାସ : ଦେଶରେ ସବୁଠାରୁ ଅଧିକ ଦୁଇଚକିଆ ଗାଡି ବିକ୍ରି କରୁଥିବା କମ୍ପାନୀ ହେଉଛି ହିରୋ । ଏହି କମ୍ପାନୀ ଭାରତରେ ସର୍ବାଧିକ ଗାଡି ବିକ୍ରି କରିଥାଏ । ଏବେ ହିରୋ କମ୍ପାନୀ ତରଫରୁ ଇଲେକ୍ଟ୍ରିକ ସ୍କୁଟର ମାର୍କେଟକୁ ଆସିଛି । ହିରୋର ଫ୍ଲାସ ସ୍କୁଟରର ଦାମ ୪୬,୬୪୦ ରୁ ଆରମ୍ଭ ହୋଇ ୫୯,୬୪୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହି ଗାଡିର ବ୍ୟାଟେରୀକୁ ଥରେ ଚାର୍ଜ କଲେ ଏହା ୮୫ କିଲୋମିଟର ପର୍ଯ୍ୟନ୍ତ ଯାଇଥାଏ । ଏଥିରେ ୨୫୦ ୱାଟର ମୋଟର ସହ ଲିଥିୟମ ଆୟନ ବ୍ୟାଟେରୀ ରହିଛି ।

publive-image

ବୋନଓ ଇନଫିନିଟି ଇ-୧ : ବ୍ୟାଟେରୀ ବଦଳାଯାଇପାରୁଥିବା ଏହି ସ୍କୁଟର ପ୍ରଥମଥର ପାଇଁ ଭାରତରେ ଲଂଚ ହୋଇଛି । ଏହାର ପ୍ରାରମ୍ଭିକ ମୂଲ୍ୟ ୫୦ ହଜାର ଟଙ୍କାରୁ କମ ରହିଥିବା ବେଳେ ଏହା ସିଙ୍ଗିଲ ଚାର୍ଜରେ ୮୫ କିଲୋମିଟର ପର୍ଯ୍ୟନ୍ତ ଚାଲିପାରେ । ଏଥିରେ ୧୫୦୦ ୱାର୍ଟର ବ୍ୟାଟେରୀ ରହିଛି ଓ ଏହା ସର୍ବାଧିକ ୬୫ କିଲୋମିଟର ବେଗରେ ଚାଲିପାରେ ।

publive-image

ଆମ୍ପାୟାର ମାଗନସ୍: ଆମ୍ପାୟାର ମାଗନସର ପ୍ରାରମ୍ଭିକ ମୂଲ୍ୟ ୪୯,୯୯୯ ରୁ ୭୬,୮୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହା ସିଙ୍ଗିଲ ଚାର୍ଜରେ ୮୪ କିଲୋମିଟର ପର୍ଯ୍ୟନ୍ତ ଚାଲିପାରେ । ଏଥିରେ ଲିଥିୟମ ଆୟନ ବ୍ୟାଟେରୀ ରହିଥିବା ବେଳେ ଏହାର ଓଜନ ୮୨ କିଲୋଗ୍ରାମ ରହିଛି । ଏହାର ସର୍ବାଧିକ ବେଗ ୫୦ କିଲୋମିଟର ।

publive-image

ଏଭନ ଇ ସ୍କୁଟ : ଏହି ସ୍କୁଟରର ପ୍ରାରମ୍ଭିକ ମୂଲ୍ୟ ୪୫ ହଜାର ଟଙ୍କା । ଏହା ସିଙ୍ଗିଲ ଚାର୍ଜରେ ୬୫ କିଲୋମିଟର ପର୍ଯ୍ୟନ୍ତ ଚାଲିଥାଏ । ଏଥିରେ ୨୧୫ ୱାଟର ବ୍ୟାଟେରୀ ରହିଛି । ପ୍ରଥମଥର ପାଇଁ ଏଥିରେ ବିଆରଏଲଏ ଟାଇପର ବ୍ୟାଟେରୀ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe