ସବୁ ଲୋକ କମ ଖର୍ଚ୍ଚରେ ଭଲ ଖାଦ୍ୟ ଖାଇବା ପାଇଁ ଇଚ୍ଛା କରିଥାନ୍ତି । ଏବେ ପିନ୍ଧିବା ଜିନିଷ ଅନ୍ଲାଇନ୍ ମିଳୁଥିବା ବେଳେ ଖାଇବା ଜିନିଷ ମଧ୍ୟ ଅନ୍ଲାଇନ୍ ଉପଲବ୍ଧ ହେଉଛି । ଯେଉଁଥିରେ ପୋଷାକ ଭଳି ଖାଦ୍ୟ ଉପରେ ମଧ୍ୟ ରିହାତି ରଖାଯାଉଛି । ରିହାତି ବ୍ୟବସ୍ଥା ପାଇଁ ଲୋକମାନେ ସବୁଠାରୁ କମ ମୂଲ୍ୟରେ କେଉଁ ସବୁ ଖାଦ୍ୟ ଜିନିଷ ଉପଲବ୍ଧ ତାହା ଦେଖିବା ଆରମ୍ଭ କରିଥାନ୍ତି ।
ଜୋମାଟୋ ଏବଂ ସ୍ୱିଗି ଭଳି ଫୁଡ଼୍ ଆପ୍ରେ ଅଧିକ ରିହାତି ମିଳୁଥିବାରୁ ଲୋକମାନେ ଏହି ଆପରୁ ଖାଦ୍ୟ କିଣିଥାନ୍ତି। କିନ୍ତୁ କିଛି ଦିନ ଖାଦ୍ୟ ବିଭାଗ ତରଫରୁ କରାଯାଇଥିବା ଏକ ସର୍ଭେରୁ ଜଣା ପଡ଼ିଛି କି ମୁମ୍ବାଇରେ ଥିବା ୧୦୦ ରୁ ଅଧିକ ଭୋଜନାଳୟ ପାଖରେ ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ ଅନୁଯାୟୀ ଦରକାରୀ ଲାଇସେନ୍ସ ନାହିଁ । ସେପ୍ଟେମ୍ବର ୨୧ ରୁ ଅକ୍ଟୋବର ୧ ପର୍ୟ୍ୟନ୍ତ କରାଯାଇଥିବା ଏହି ସର୍ଭେରେ ୧୧୩ ଟି ଭୋଜନାଳୟ ଅପରିଷ୍କାର ସ୍ଥାନରେ ଚାଲୁଥିବା ଦେଖିବାକୁ ପାଇଥିଲା ପ୍ରଶାସନ ।
ସେଠାରେ ଯେଉଁ ଖାଦ୍ୟ ପ୍ରସ୍ତୁତ କରାଯାଉଛି । ତାହାକୁ ଖାଇ ଜଣେ ଅସୁସ୍ଥ ହେବାର ଆଶଙ୍କା ରହିଛି ବୋଲି ପ୍ରଶାସନ ପ୍ରକାଶ କରିଥିବା ରିପୋର୍ଟରେ ଜଣାଇଛି । ଏହି ସର୍ଭେ ପରେ ଅପରିଷ୍କାର ସ୍ଥାନରେ ଚାଲୁଥିବା ସବୁ ଭୋଜନାଳୟକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/order-food-online.jpg)
/kanak/media/post_attachments/wp-content/uploads/2018/10/37f1827ee61845dc0b51937edb7453ac-300x169.jpg)
/kanak/media/post_attachments/wp-content/uploads/2018/10/53349-food-delivery-dna-300x168.jpg)