ପୁଅକୁ ଟିକେଟ୍ ମିଳିବାରୁ ଦଳରୁ ଇସ୍ତଫା ଦେବାକୁ ଘୋଷଣା କଲେ ମୋଦିଙ୍କ ମନ୍ତ୍ରୀ । କହିଲେ, ବିଜେପିର ରାଜନୀତି ସର୍ବଦା ବଂଶବାଦୀ ଶାସନ ବିରୁଦ୍ଧରେ ହିଁ ରହିଆସିଛି

Advertisment
ପୁଅକୁ ଟିକେଟ୍ ମିଳିବାରୁ ଦଳରୁ ଇସ୍ତଫା ଦେବାକୁ ଘୋଷଣା କଲେ ମୋଦିଙ୍କ ମନ୍ତ୍ରୀ । କହିଲେ, ବିଜେପିର ରାଜନୀତି ସର୍ବଦା ବଂଶବାଦୀ ଶାସନ ବିରୁଦ୍ଧରେ ହିଁ ରହିଆସିଛି

କନକ ବ୍ୟୁରୋ: ୨୦୧୯ ମହାସମର ପାଇଁ ଗତକାଲି ୨୦ତମ ତାଲିକା ଜାରି କରିଛି ଭାରତୀୟ ଜନତା ପାର୍ଟି । ଏହି ତାଲିକାରେ ରାଜସ୍ଥାନର ଗୋଟିଏ ଆସନ, ମଧ୍ୟପ୍ରଦେଶର ୩ଟି ଆସନ ସହିତ ହରିୟାଣାରେ ବାକିଥିବା ୨ଟି ଆସନ ଉପରେ ନିଜର ପ୍ରାର୍ଥୀମାନଙ୍କର ନାଁ ଘୋଷଣା କରିଥିଲା । ତେବେ ଏହି ତାଲିକା ମୁତାବକ, ଦଳ ହରିୟାଣାର ହିସାରରୁ କେନ୍ଦ୍ର ମନ୍ତ୍ରୀ ଏବଂ ରାଜ୍ୟସଭା ସାଂସଦ ବିରେନ୍ଦ୍ର ସିଂହ ଚୌଧରୀଙ୍କ ପଅ ବୃଜେନ୍ଦ୍ର ସିଂହଙ୍କୁ ଟିକେଟ ଦେଇଛି । ବର୍ତ୍ତମାନ ଖବର ଆସୁଛି କି, ପୁଅକୁ ଟିକେଟ ମିଳିବା କ୍ଷଣି ହିଁ ନିଜ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି ବାପା ବିରେନ୍ଦ୍ର ସିଂହ ।

ସୂଚନା ମୁତାବକ, କେନ୍ଦ୍ରମନ୍ତ୍ରୀ ବିରେନ୍ଦ୍ର ସିଂହ ପାର୍ଟି ଅଧ୍ୟକ୍ଷ ଅମିତ ଶାହଙ୍କୁ ନିଜ ରାଜ୍ୟସଭା ଏବଂ ମନ୍ତ୍ରୀ ପଦରୁ ଇସ୍ତଫା ଦେବାର ପ୍ରସ୍ତାବ ପଠାଇଦେଇଛନ୍ତି । ଏଠାରେ ଆମେ କହି ରଖୁଛୁ କି, ଇସ୍ତଫା ଦେବାକୁ ଘୋଷଣା କରିବା ପରେ ଗଣମାଧ୍ୟମକୁ ଏହାର କାରଣ ସଂପର୍କରେ ମଧ୍ୟ ଜଣାଇଛନ୍ତି ବିରେନ୍ଦ୍ର । ସେ କହିଛନ୍ତି କି, ‘ପାର୍ଟିର ରାଜନୀତି ସବୁବେଳେ ପରିବାରବାଦ ଶାସନ ବିରୋଧରେ ହିଁ ରହିଆସିଛି । ଏଭଳି ପରିସ୍ଥିତିରେ ମୁଁ ଉଚିତ ମନେ କଲି କି, ମୋର ପୁଅକୁ ଟିକେଟ ମିଳିଛି ତେବେ ମୋର ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦବାଟା ହିଁ ଠିକ୍ ହେବ । ଯେଉଁଥି ପାଇଁ ମୁଁ ଅମିତ ଶାହଙ୍କୁ ଚିଠି ଲେଖିଛି । ଇସ୍ତଫା ଦେବାକୁ ମୁଁ ପ୍ରସ୍ତୁତ ଅଛି’ ।

publive-image

ଉଲ୍ଲେଖ ଥାଉ କି, ଲୋକସଭା ନିର୍ବାଚନ ୨୦୧୯ ପାଇଁ ବିଜେପିର ୨୦ତମ ପ୍ରାର୍ଥୀ ତାଲିକାରେ ବିଜେପି କେନ୍ଦ୍ର ମନ୍ତ୍ରୀ ଚୌଧରୀ ବିରେନ୍ଦ୍ର ସିଂହଙ୍କୁ ପୁଅ ବିଜେନ୍ଦ୍ର ସିଂହଙ୍କୁ ହିସାର(ହରିୟାଣା)ରୁ ଟିକେଟ୍ ମିଳିଥିବା ବେଳେ ରୋହତକରୁ ଅରବିନ୍ଦ ଶର୍ମା, ମଧ୍ୟପ୍ରଦେଶର ଖଜୁରାହୋରୁ ବିଷ୍ଣୁ ଦତ ଶର୍ମା, ରତଲାମରୁ ସିଏସ ଡାମୋର, ଧାରରୁ ଛତର ସିଂହ ଦରବାର ଏବଂ ରାଜସ୍ଥାନର ଦୌସାରୁ ଜାସ୍କାର ମୀନାଙ୍କୁ ପ୍ରାର୍ଥୀ କରିଛି ବିଜେପି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe