କନକ ବ୍ୟୁରୋ: ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନିରଥ, ଆଜି ଆଡ଼ପ ମଣ୍ଡପକୁ ବିଜେ। ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନରେ ଜନ୍ମବେଦୀ ନିକଟରେ ପହଞ୍ଚିଛନ୍ତି ତିନି ଠାକୁର । ରଥ ଉପରେ ନୀତିକାନ୍ତି ପରେ ଆଜି ଅପରାହ୍ନରେ ଆଡ଼ପମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂରତି । ଅପରାହ୍ନରେ ଗୋଟି ପହଣ୍ଡିରେ ଚତୁର୍ଦ୍ଧାବିଗ୍ରହ ବିଜେ କରିବେ ।
ଆସନ୍ତାକାଲି ଶ୍ରୀଗୁଣ୍ଡିଚା ମନ୍ଦିରରେ ହେବ ଆଡ଼ପ ଦର୍ଶନ, ଆଉ ବାହାରିବ ଆଡ଼ପ ଅବଢ଼ା। କାଲିଠୁ ଭକ୍ତ ପାଇବେ ଆଡପ ଅବଢା । ଶରଧାବାଲିରେ ରଥାରୁଢ଼ ଠାକୁରଙ୍କୁ ଦେଖି ଭକ୍ତିଭାବରେ ଗଦ୍ଗଦ୍ ହୋଇ ଉଠୁଛନ୍ତି ଶ୍ରଦ୍ଧାଳୁ। ଠାକୁରଙ୍କ ଦର୍ଶନ କରିବା ପାଇଁ ରାତି ତମାମ ଭିଡ ଲାଗି ରହିଥିବା ବେଳେ ଭୋରରୁ ଭକ୍ତଙ୍କ ଗହଳି ବଢିବାରେ ଲାଗିଛି ।