ଛତୁଆ ବଣ୍ଟନରେ ବି ଦୁର୍ନୀତି । ଗର୍ଭବତୀ ମହିଳା ଓ ଶିଶୁଙ୍କ ଖାଦ୍ୟ ପାଇଁ ଆସୁଥିବା ଛତୁଆ ଟଙ୍କାକୁ ବି ଖାଇ ଯାଉଛନ୍ତି ସରକାରୀ ଅଧିକାରୀ ।

ଛତୁଆ ବଣ୍ଟନରେ ବି ଦୁର୍ନୀତି । ଗର୍ଭବତୀ ମହିଳା ଓ ଶିଶୁଙ୍କ ଖାଦ୍ୟ ପାଇଁ ଆସୁଥିବା ଛତୁଆ ଟଙ୍କାକୁ ବି ଖାଇ ଯାଉଛନ୍ତି ସରକାରୀ ଅଧିକାରୀ ।

କନକ ବ୍ୟୁରୋ : ଶିଶୁ ଓ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ମହିଳା ଶିଶୁ ବିକାଶ ବିଭାଗ ଅଧିନରେ ସରକାର ବହୁ ଯୋଜନା କରୁଛନ୍ତି । ସେମାନଙ୍କୁ ସୁଷମ ଖାଦ୍ୟ ଦେବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଛତୁଆ ୟୁନିଟ୍ ଜରିଆରେ ଗର୍ଭବତୀ ମହିଳା ଓ କଅଁଳ ଶିଶୁଙ୍କୁ ଖାଦ୍ୟ ବଣ୍ଟନ କରାଯାଉଛି । ଖାଦ୍ୟର ମାନ ଓ ପରିମାଣକୁ ସଠିକ୍ ଭାବରେ ତୁଲାଇବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ହେଲେ ମୟୂରଭଞ୍ଜରେ ଏହି ଖାଦ୍ୟ ବଣ୍ଟନରେ ହେଉଛି ମହାଘୋଟାଲା । ଯାହାର ପ୍ରମାଣ ଲାଗିଛି କନକ ନ୍ୟୁଜ ହାତରେ ।

ସରକାରଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କାର ଦରମା ନେଇ ବି ଗରିବଙ୍କ ପେଟରେ ଲାତ ମାରୁଛନ୍ତି ସରକାରୀ କର୍ମଚାରୀ । ମୟୂରଭଞ୍ଜ ଜିଲ୍ଲାରେ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ କମ୍ ପରିମାଣର ଖାଦ୍ୟ ବଣ୍ଟନ କରୁଛି ଛତୁଆ ୟୁନିଟ୍ । ଆଉ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ସରକାରୀ କର୍ମଚାରୀ ।

ଆଦିବାସୀ ପ୍ରବଣ ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକରେ ୫୮ଟି ଛତୁଆ ୟୁନିଟ୍ ରହିଛି । ଏଥିପାଇଁ ବାର୍ଷିକ ଖର୍ଚ୍ଚ ୫୦ କୋଟି ଟଙ୍କା ହେଉଛି । ବହଳଦା ବ୍ଲକର ଏକ ଛତୁଆ ୟୁନିଟର ସେକ୍ରେଟେରୀଙ୍କ ସହ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କର ସ୍ଟାଟିସ୍ଟିକାଲ ଆସିଷ୍ଟାଣ୍ଡ ସାଲକୁ ମାହାଲି ଡିଲ୍ କରୁଥିବା ଅଡିଓ ଏବେ ଭାଇରାଲ ହେଉଛି ।

ଛତୁଆ ବଣ୍ଟନରେ ଦୁର୍ନୀତି ଅଭିଯୋଗରେ ୨୦୨୦ରୁ ବନ୍ଦ ରହିଥିବା ମା’ଅନ୍ଧାରୀ ଛତୁଆ ୟୁନିଟକୁ ପୁଣି କାର୍ଯ୍ୟକ୍ଷମ କରିବା ପାଇଁ ଡିଲ୍ ହେଉଥିଲା । ହେଲେ ଦୁର୍ଭାଗ୍ୟର କଥା ଶ୍ରୀଯୁକ୍ତ ମାହାଲି ଫୋନରେ ମା’ ଅନ୍ଧାରୀ ୟୁନିଟ୍ ବଦଳରେ ଅନ୍ୟ ଏକ ଛତୁଆ ୟୁନିଟର ସଦସ୍ୟଙ୍କୁ ଫୋନ୍ କରି ଟଙ୍କା ମାଗୁଥିଲେ । ଭାଇରାଲ ହେଉଥିବା ଅଡିଓରେ ଶ୍ରୀଯୁକ୍ତ ମାହାଲିଙ୍କ ଭଏସ ଥିବା ସେ ନିଜେ ସ୍ୱୀକାର କରିଛନ୍ତି । ଏବଂ କହିଛନ୍ତି, ଡିଏସଡବ୍ଲ୍ୟୁଓ, ଜିଲ୍ଲାରେ ଥିବା ସମସ୍ତ ଛତୁଆ ପ୍ରସ୍ତୁତକାରୀ କେନ୍ଦ୍ରରୁ ମାସିକ ମୋଟା ଅଙ୍କର ଅର୍ଥ ଆଦାୟ କରିଥାନ୍ତି । ମହିଳା ଶିଶୁ ବିକାଶ ବିଭାଗର ମୟୂରଭଞ୍ଜ ଅଫିସରେ କେବଳ ଡିଏସଡବ୍ଲ୍ୟୁଓ କୁସୁମମାଳା ମିଶ୍ରଙ୍କ କଥା ଚାଲେ, ସମସ୍ତ ଛତୁଆ ପ୍ରସ୍ତୁତି କେନ୍ଦ୍ର ମାନଙ୍କରୁ ମାସିକ ୧୦ ରୁ ୧୫ ହଜାର ଟଙ୍କା ନେଇଥାନ୍ତି ବୋଲି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଅଭିଯୋଗ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe