ଛତିଶଗଡରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ହେଉଛି ପ୍ରଚାରର ଶେଷ ଦିନ । ଶେଷ ଦିନରେ ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାସମୁନ୍ଦରେ ଆୟୋଜିତ ନିର୍ବାଚନୀ ସଭାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ପ୍ରଧାନମନ୍ତ୍ରୀ । କଂଗ୍ରେସକୁ ଟାର୍ଗେଟ କରିବା ସହ ଶାସନ କରିବା ପାଇଁ ଜନତାଙ୍କ ସମର୍ଥନ ଲୋଡିଲେ ମୋଦି । କହିଲେ, ଲୋକଙ୍କ ହାତରେ ଏବେ ରହିଛି ସୁବର୍ଣ୍ଣ ସୁଯୋଗ, ବିକାଶ ପାଇଁ ବିଜେପିକୁ ବାଛନ୍ତୁ ଜନତା । ଏହାପରେ ଛିନ୍ଦୱାଡାରେ ଆୟୋଜିତ ନିର୍ବାଚନୀ ସଭାରେ ସମ୍ବୋଧିତ କରିବେ ମୋଦି ।
କମଳନାଥଙ୍କ ଗଡରେ ପ୍ରଧାନମନ୍ତ୍ରୀ ମୋହିଙ୍କ ଏହା ପ୍ରଥମ ଜନସଭା । ଆସନ୍ତା ୨୦ ତାରିଖରେ ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ୭୨ ଆସନ ପାଇଁ ଭୋଟିଂ ହେବ । ଗତ ୧୨ ତାରିଖରେ ୧୮ଟି ଆସନ ପାଇଁ ଭୋଟ୍ ଗ୍ରହଣ ସରିଛି । ସସସ୍ତ ୯୦ଟି ଆସନା ପାଇଁ ଡିସେମ୍ବର ୧୧ରେ ମତଗଣନା ହେବ । ତେବେ ଆଜି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାରର ଶେଷ ଦିନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/11/modi_top_karnataka.jpg)
/kanak/media/post_attachments/wp-content/uploads/2018/11/modi-621x414-300x200.jpg)