କନକ ବ୍ୟୁରୋ: ହୋଟେଲରେ ସମିତି ସଭ୍ୟଙ୍କୁ ଅଟକ ରଖିବା ପ୍ରସଙ୍ଗ । ପ୍ରତିକ୍ରିୟା ରଖି ଅଭିଯୋଗକୁ ଖଣ୍ଡନ କଲେ ଛତ୍ରପୁର ଏସଡିପିଓ । କହିଲେ ସମିତି ସଭ୍ୟଙ୍କ ସୁରକ୍ଷା ପାଇଁ ପୋଲିସ ସଜାଗ ଥିଲେ । ସେମାନଙ୍କୁ ଅଟକ ରଖାଯାଇନି । ମାତ୍ର ଏପଟେ ସମିତି ସଭ୍ୟ ମାନେ ସେମାନଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ କରିଥିଲେ । ଅଭିଯୋଗ ଗଣମାଧ୍ୟମରେ ବାଜିବା ପରେ ପୋଲିସ ସେମାନଙ୍କୁ ଛାଡିଥିଲା । ଏବଂ କଡନ କରି ନେଇଥିଲା ।
ହାଇଡ୍ରାମା ସରିବା ପରେ ବାହାରିଥିଲେ ୧୨ ସମିତି ସଭ୍ୟ । ଅଟକ ଥିବା ସମସ୍ତ ୧୨ ସମିତି ସଭ୍ୟ ମୁକ୍ତ ହୋଇଥିଲେ । ଗତ ରାତିରୁ ଚିଲିକା ହେରିଟେଜ୍ ରିସୋର୍ଟରେ ଅଟକ ରଖିଥିଲା ପୋଲିସ । ଉଦ୍ଧାର ପାଇଁ ବାଲକୋନିରୁ ଛିଡା ହୋଇ କରୁଥିଲେ ନିବେଦନ ସଭ୍ୟମାନେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/04/20.jpg)