ବାଦାମବାଡିକୁ ଉଠି ଆସିବ ଛତ୍ରବଜାର ପରିବା ମାର୍କେଟ: ପୂଜାମଣ୍ଡପରୁ ମଧୁପାଟଣା ପର୍ଯ୍ୟନ୍ତ ୧୦ଫୁଟ ବ୍ୟବଧାନରେ ବସିବେ ବ୍ୟବସାୟୀ; ୩ ଫୁଟ ଦୂରରେ ରହି ପରିବା କିଣିବେ ଲୋକେ

ଭୁବନେଶ୍ୱରରେ ଘୁଂଚିଛି ଭୁବନେଶ୍ୱର ୧ ନମ୍ବର ହାଟ

244

କନକ ବ୍ୟୁରୋ: ଆଜିଠାରୁ ବାଦାମବାଡିକୁ ଉଠି ଆସିବ ଛତ୍ରବଜାର ପରିବା ମାର୍କେଟ । ସାମାଜିକ ଦୂରତାକୁ ଅଧିକ ଗୁରୁତ୍ୱ ଦେଇ ଛତ୍ର ବଜାର ପରିବା ମାର୍କେଟକୁ ବାଦାମବାଡିକୁ ଉଠାଇବାକୁ ନିଷ୍ପତି ହୋଇଛି ପ୍ରଶାସନ । ଛତ୍ରବଜାରରେ ସ୍ଥାନ ଅଭାବରୁ ନିର୍ଦ୍ଦିଷ୍ଟ ଦୂରତା ରକ୍ଷା କରିବା କଷ୍ଟକର ହୋଇପଡିଛି । ତେଣୁ ଆଜିଠାରୁ ବାଦାମବାଡି ପୂଜାମଣ୍ଡପରୁ ମଧୁପାଟଣା ଛକ ପର୍ଯ୍ୟନ୍ତ ଛତ୍ରବଜାରର ସମସ୍ତ ଖୁଚୁରା ବ୍ୟବସାୟୀଙ୍କୁ ବସିବାକୁ କୁହାଯାଇଛି । ଗୋଟିଏ ପାଖ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ କରି ସେମାନଙ୍କୁ ବସିବାକୁ କୁହାଯାଇଛି ।

ସେହି ରାସ୍ତାରେ ଦୁଇ ଚକିଆ ଗାଡି ଚଳାଚଳ ଉପରେ ମଧ୍ୟ ରୋକ୍ ଲଗାଯାଇଛି । ଲୋକେ ଯେପରି ସାମାଜିକ ଦୂରତାରେ ରହି ଜିନିଷ କିଣିବେ ଏଥିପାଇଁ ପୌରନିଗମ ପକ୍ଷରୁ ବିଶେଷ ନଜର ଦିଆଯାଉଛି । ଦୁଇଟି ଦୋକାନ ମଧ୍ୟରେ ଅତି କମରେ ୧୦ ଫୁଟର ବ୍ୟବଧାନ ରଖିବାକୁ ଦୋକାନୀଙ୍କୁ କୁହାଯାଇଛି । ଦୋକାନ ଆଗରେ ତିନି ଫୁଟ ବ୍ୟବଧାନରେ ଗୋଲେଇ ଚିହ୍ନ କରାଯିବ । ଏହା ମଧ୍ୟରେ ଛିଡା ହୋଇ ଜିନିଷ କିଣିବାକୁ ଲୋକଙ୍କୁ କୁହାଯାଇଛି । ବାଦାମବାଡିରେ କେବଳ ଖୁଚୁରା ବ୍ୟବସାୟୀଙ୍କୁ ବସିବାକୁ କୁହାଯାଇଥିବାବେଳେ ଆଳୁ, ପିଆଜ ଓ ପରିବା ଗୋଦାମ ଗୁଡିକ ପୂର୍ବ ପରି ଛତ୍ରବଜାରରେ ରହିବ । ଏନେଇ ପୌର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.