ଶ୍ରୀମନ୍ଦିର ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦର ରେଟ୍ ଚାର୍ଟ, ଭକ୍ତଙ୍କ ପାଇଁ ମନ୍ଦିର ବାହାରେ ହେବ ଶୌଚାଳୟ! ଛତିଶାନିଯୋଗ ବୈଠକରେ ହେଲା ନିଷ୍ପତି

ଶ୍ରୀମନ୍ଦିର ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦର ରେଟ୍ ଚାର୍ଟ, ଭକ୍ତଙ୍କ ପାଇଁ ମନ୍ଦିର ବାହାରେ ହେବ ଶୌଚାଳୟ! ଛତିଶାନିଯୋଗ ବୈଠକରେ ହେଲା ନିଷ୍ପତି

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଲାଗିବ ଅବଢାର ରେଟ୍ ଚାର୍ଟ । ଆନନ୍ଦ ବଜାରରେ ଝୁଲିବ ମହାପ୍ରସାଦର ଦର ତାଲିକା । ଏନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତି ନିଆଯାଇଛି । ଏଣିକି ହୋର୍ଡିଂ ମାଧ୍ୟମରେ ଭକ୍ତଙ୍କୁ ମହାପ୍ରସାଦର ଦର ଜଣାଇଦିଆଯିବ । ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ୧୨ଟି ପ୍ରସଙ୍ଗରେ ସେବାୟତ ଓ ମନ୍ଦିର ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଛି । ସେଥିରୁ ୯ଟି ପ୍ରସଙ୍ଗ ଉପରେ ସେବାୟତ ସହମତ ହୋଇଛନ୍ତି ।

publive-imageତେବେ ଶ୍ରୀମନ୍ଦିରରେ ସେବାୟତଙ୍କ ବଂଶାନୁକ୍ରମିକ ସେବା ଓ ଦକ୍ଷିଣା ଆଦାୟ ଭଳି ଗୁରୁତ୍ୱପୂଣ୍ଣ ପ୍ରସଙ୍ଗକୁ ବିରୋଧ କରିଛନ୍ତି ସେବାୟତ । ଏଥିସହ ଅନ୍ନଦାନ ଆଟିକା ଓ ଶ୍ରୀମନ୍ଦିର ସଂସ୍କାର ଆଇନରେ ସଂଶୋଧନ ନେଇ ସେବାୟତ ସହମତ ହୋଇନାହାଁନ୍ତି । ଏହି ପ୍ରସଙ୍ଗରେ ପୁନଃ ବିଚାର ପାଇଁ ସେବାୟତ ପ୍ରସ୍ତାବ ଦେଇଛନ୍ତି । ଅଗଷ୍ଟ ମାସ ଶେଷରେ ସୁପ୍ରିମକୋର୍ଟଙ୍କୁ ମନ୍ଦିର ପ୍ରଶାସନ ରିପୋର୍ଟ ଦେବାକୁ ଥିବା ବେଳେ ସେଥିରେ ସେବାୟତଙ୍କ ପ୍ରସ୍ତାବ ଉଲ୍ଲେଖ ରହିବ । ସେପଟେ ଛତିଶା ନିଯୋଗ ବୈଠକରେ ଶ୍ରଦ୍ଧାଳୁଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଶ୍ରୀମନ୍ଦିର ବାହାରେ ଭକ୍ତଙ୍କ ପାଇଁ ଶୌଚାଳୟ ନିର୍ମାଣ ହେବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe