ଜୁନ୍ ୨୨ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଛତିସା ନିଯୋଗ ବୈଠକରେ ସ୍ଥିର ହେଲା ନୀତି ନିର୍ଘଣ୍ଟ । ଜାଣନ୍ତୁ ପୁରା ନୀତିକାନ୍ତି ସୂଚି ।

344

କନକ ବ୍ୟୁରୋ: ପାଖେଇ ଆସୁଛି ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ଏହାପୂର୍ବରୁ ଆସନ୍ତା ଜୁନ ୨୨ରେ ଅନୁଷ୍ଠିତ ହେବ ଦେବସ୍ନାନପୂଣ୍ଣିର୍ମା । ଭୋର ୫ଟାରୁ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ । ଶୁକ୍ରବାର ଅନୁଷ୍ଠିତ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ନୀତିକାନ୍ତି ଉପରେ ମୋହର ଲାଗିଛି । ଏହି ବୈଠକରେ ସର୍ବସମ୍ମତି କ୍ରମେ ଦେବସ୍ନାନପୂଣ୍ଣିମା ପାଇଁ ପ୍ରଦତ ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।

ନିର୍ଘଣ୍ଟ ନିତୀକାନ୍ତି ଅନୁସାରେ ଭୋର ସାଢେ ୪ଟାରେ ମଙ୍ଗଳାର୍ପଣ ପରେ ୫ଟାରୁ ୭ଟା ମଧ୍ୟରେ ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇ ପହଣ୍ଡି ଆରମ୍ଭ ହେବ । ପହଣ୍ଡି ଶେଷ ପରେ ପୂର୍ବାହ୍ନ ୯ଟା ୧୦ରେ ମଙ୍ଗଳଆଳତୀ ହେବ । ମଧ୍ୟାହ୍ନ ୩ଟାରେ ଛେରାପହଁରା ପରେ ୩ଟା୪୦ରୁ ଶ୍ରୀଜିଉଙ୍କ ଗଜବେଶ ଆରମ୍ଭ ହେବ । ପରେ ରାତି ସାଢେ ୭ଟାରୁ ୧୦ ପର୍ଯ୍ୟନ୍ତ ସାହାଣମେଳା ଦର୍ଶନ ଚଲିବ । ସେହିପରି ଜୁନ୍ ୧୭ରେ ରାଜେନ୍ଦ୍ରାଭିଷେକ,୧୮ରେ ରୁକି୍ମଣୀହରଣ ଏକାଦଶୀ ଓ ମହାପ୍ରଭୁଙ୍କ ବିବାହ ଅନୁଷ୍ଠିତ ହେବ ।