ଚାଟଜିପିଟି କମ୍ପାନୀର ମାଲିକ ସାମ ଅଲ୍ଟମ୍ୟାନଙ୍କୁ ବହିଷ୍କାର କଲା କମ୍ପାନୀ ବୋର୍ଡ ।  ଭାରତୀୟ ବଂଶୋଦ୍ଭବ ଏହି ମହିଳାଙ୍କୁ ମିଳିଲା ଦାୟିତ୍ୱ

61

OpenAI ନିଜ ବ୍ଲଗରେ ଲେଖିଛି – ବହୁ ବିଚାର ବିମର୍ଶ ପରେ ଆଲ୍ଟମ୍ୟାନଙ୍କୁ ଏହି ପଦବୀରୁ ହଟାଇବାକୁ କମ୍ପାନୀର ବୋର୍ଡ ନିଷ୍ପତ୍ତି ନେଇଛି । ସମୀକ୍ଷା ବୈଠକରେ ବୋର୍ଡ ସଦସ୍ୟମାନେ ସିଦ୍ଧାନ୍ତ ନେଇଛନ୍ତି ଯେ ସାମ ସେମାନଙ୍କ ସହ ଠିକ ଭାବରେ ଯୋଗାଯୋଗ କରୁନାହାନ୍ତି । ଯାହା ବୋର୍ଡକୁ ଏହାର ଦାୟିତ୍ବ ନିର୍ବାହ କରିବାରେ ବାଧା ସୃଷ୍ଟି କରୁଛି ।

ChatGPT ର ନିର୍ମାତା OpenAI ର ବୋର୍ଡ ଶୁକ୍ରବାର ବିଳମ୍ବିତ ରାତିରେ ସିଇଓ ସାମ ଅଲ୍ଟମ୍ୟାନଙ୍କୁ ହଟାଇ ଦେଇଛି । ସେ କମ୍ପାନୀର ସହ-ପ୍ରତିଷ୍ଠାତା ଅଟନ୍ତି । ଓପନଏର ମୁଖ୍ୟ ଟେକ୍ନୋଲୋଜି ଅଧିକାରୀ ମୀରା ମୁର୍ତ୍ତୀ ବର୍ତ୍ତମାନ ମଧ୍ୟବର୍ତ୍ତୀକାଳୀନ ସିଇଓ ଭାବରେ କାର୍ଯ୍ୟ କରିବେ । କମ୍ପାନୀ କହିଛି ସ୍ଥାୟୀ ସିଇଓ ନମିଳିବା ଯାଏ ମୀରା ମୂର୍ତ୍ତି ଏହି ପଦ ସମ୍ଭାଳିବେ । ଏହି ଘୋଷଣା ଓପନ୍ ଏଇ କର୍ମଚାରୀଙ୍କୁ ଆଶ୍ଚର୍ଯ୍ୟ କରିଛି । ସେମାନେ କମ୍ପାନୀର ବ୍ଲଗ୍ ରୁ ପ୍ରମୁଖ ପରିଚାଳନାର ଏହି ନିଷ୍ପତି ବାବଦରେ ଜାଣିବାକୁ ପାଇଲେ ।

OpenAI ର ମଧ୍ୟବର୍ତ୍ତୀକାଳୀନ ସିଇଓ ମୀରା ମୁର୍ତ୍ତୀ

OpenAI ନିଜ ବ୍ଲଗରେ ଲେଖିଛି ‘ବହୁ ବିଚାର ବିମର୍ଶ ପରେ ଆଲ୍ଟମ୍ୟାନଙ୍କୁ ଏହି ପଦବୀରୁ ହଟାଇବାକୁ କମ୍ପାନୀର ବୋର୍ଡ ନିଷ୍ପତ୍ତି ନେଇଛି । ସମୀକ୍ଷା ବୈଠକରେ ବୋର୍ଡ ସଦସ୍ୟମାନେ ସିଦ୍ଧାନ୍ତ ନେଇଛନ୍ତି ଯେ ସାମ ସେମାନଙ୍କ ସହ ଠିକ ଭାବରେ ଯୋଗାଯୋଗ କରୁଅନାହାନ୍ତି । ଯାହା ବୋର୍ଡକୁ ଏହାର ଦାୟିତ୍ ନିର୍ବାହ କରିବାରେ ବାଧା ସୃଷ୍ଟି କରୁଛି ।‘ ଆଲ୍ଟମ୍ୟାନଙ୍କ ଦକ୍ଷତା ଉପରେ ବୋର୍ଡର ଆଉ ବିଶ୍ୱାସ ନାହିଁ, ତେଣୁ ତାଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ପଡିଲା ।

ଗତ ବର୍ଷ ନଭେମ୍ବରରେ OpenAI ଏହାର ChatGPT ଚାଟବଟ୍ ଲଞ୍ଚ କରିଥିଲା । | ଏହା ଦୁନିଆର ଦ୍ରୁତତମ ଭାବେ ବଢୁଥିବା ଲୋକପ୍ରିୟ ସଫ୍ଟୱେର୍ ପ୍ରୟୋଗରେ ପରିଣତ ହୋଇଛି ।

https://twitter.com/sama/status/1725631621511184771

OpenAIର ସିଇଓ ପଦରୁ ହଟାଯିବା ପରେ ସାମ ଅଲ୍ଟମାନ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଥିଲେ। ସେ ଏକ ପୋଷ୍ଟରେ ଲେଖିଛନ୍ତି, ‘ମୁଁ OpenAI ରେ କାଟିଥିବା ମୋର ସମୟକୁ ବହୁତ ଭଲ ପାଉଥିଲି । ଏହା ବିଶ୍ବ ପାଇଁ ବହୁତ  ପରିବର୍ତ୍ତନକାରୀ ହେବ ବୋଲି ପାଇଁ ଆଶା କରୁଛି । ମୁଁ ମଧ୍ୟ ଏପରି ପ୍ରତିଭାଶାଳୀ ବ୍ୟକ୍ତିଙ୍କ ସହିତ କାମ କରିବାକୁ ପସନ୍ଦ କରେ । ବର୍ତ୍ତମାନ ମୁଁ କ’ଣ କରିବି ସେ ବିଷୟରେ ଅନେକ କିଛି କହିବାକୁ ଅଛି । ମାଇକ୍ରୋସଫ୍ଟ ପରି ବଡ ଟେକ କମ୍ପାନୀ OpenAI ରେ ୩୦ ବିଲିୟନ ଡଲାରରୁ ଅଧିକ ବିନିଯୋଗ କରିଛନ୍ତି । କମ୍ପାନୀ ଏହାର ସର୍ଚ୍ଚ ଇଞ୍ଜିନ୍ ‘ବିଙ୍ଗ୍’ରେ ଚାଟ୍ ଜିପିଟିକୁ ଇଣ୍ଟିଗ୍ରେଟ କରିଛି ।

OpenAI ର ପ୍ରେସିଡେଣ୍ଟ ଗ୍ରେଗ ବ୍ରୋକମ୍ୟାନ୍ ମଧ୍ୟ କମ୍ପାନୀ ଛାଡିଛନ୍ତି

ସାମ ଅଲ୍ଟମ୍ୟାନଙ୍କ ଇସ୍ତଫା ପରେ ଓପନଏଆଇର ସଭାପତି ଗ୍ରେଗ ବ୍ରୋକମ୍ୟାନ ମଧ୍ୟ କମ୍ପାନୀ ଛାଡିଛନ୍ତି । ସେ ନିଜ ସୋସିଆଲ ମେଡ଼ିଆ ପ୍ଲାଟଫର୍ମ x ରେ ଲେଖିଛନ୍ତି ‘’ମୁଁ ଆଠ ବର୍ଷ ପୂର୍ବେ ମୋ ଆପାର୍ଟମେଣ୍ଟରେ ଏହାକୁ ଆରମ୍ଭ କରିବା ପରଠାରୁ ଆମେ ସମସ୍ତେ ଏକାଠି ମିଶି ଯାହା କିଛି ବି କରିଛୁ ସେଥିପାଇଁ ମୁଁ ବହୁତ ଗର୍ବିତ । ‘ଭଲ ଓ ଖରାପ ସମୟ ମଧ୍ୟରେ ଆମେ ଏକାଠି ରହିଛୁ । ଅନେକ କାରଣ ସତ୍ତ୍ବେ ଏତେ କିଛି ହାସଲ କରିବା ଅସମ୍ଭବ ହୋଇଥାନ୍ତା, କିନ୍ତୁ ଆଜିର ଖବର ଉପରେ ଆଧାର କରି ମୁଁ ଇସ୍ତଫା ଦେଇଛି । ମୁଁ ଆପଣଙ୍କୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି । ମୁଁ ଏକ ସୁରକ୍ଷିତ AIG ନିର୍ମାଣରେ ମୋର ବିଶ୍ବାସରେ ମୁଁ ଅତୁଟ ଅଛି । ଯାହା ସମସ୍ତ ମାନବିକତା ପାଇଁ ଲାଭଦାୟକ ହେବ ବୋଲି ମୋର ବିଶ୍ବାସ ।

ସାମ ଅଲ୍ଟମ୍ୟାନ୍ (୩୮ ବର୍ଷ) ଗତ ବର୍ଷ ଯେତେବେଳେ ସେ AI ଆଧାରିତ ଚାଟ୍ ବଟ ଚାଟଜିପିଟିକୁ ବିଶ୍ୱରେ ପରିଚିତ କରାଇଥିଲେ ।  ସେତେବେଳେ ଖୁବ ଆଲୋଡନ ସୃଷ୍ଟି କରିଥିଲା ।  ଏହି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଚାଟବଟର  ମଣିଷ ପରି କବିତା କିମ୍ବା କାହାଣୀ ଲେଖିବାର କ୍ଷମତା ଅଛି । ଚାଟ୍ ଜିପିଟି କଠିନ ପ୍ରଶ୍ନର ସହଜରେ ଉତ୍ତର ଅତି ସହଜରେ ଦେଇଥାଏ ।  ଏହା ମଧ୍ୟ ବହୁତ ୟୁଜର ଫ୍ରେଣ୍ଡଲି ।  ଅର୍ଥାତ୍ ଏହାକୁ ବ୍ୟବହାର କରିବା ଅତି ସହଜ । ୨୦୧୫  ରେ ChatGPT ସୃଷ୍ଟି କରିଥିବା କମ୍ପାନୀ OpenAI ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ସାମ୍ ଆଲ୍ଟମ୍ୟାନଙ୍କ ବ୍ୟତୀତ ଏହାର ସହ-ପ୍ରତିଷ୍ଠାତା ଗ୍ରେଗ ବ୍ରୋକମ୍ୟାନ୍, ମେସିନ୍ ଲର୍ନିଂ ବିଶେଷଜ୍ଞ ଇଲିଆ ସୁଟ୍ସକେଭର, ଜନ୍ ଶୁଲମାନ, ୱୋଜିଚ୍ ଜାରେମ୍ବା ଏବଂ ଟେସଲାର ମାଲିକ ଏଲୋନ୍ ମସ୍କ ଅନ୍ତର୍ଭୁକ୍ତ । ଅବଶ୍ୟ ମସ୍କ ଆଉ କମ୍ପାନୀର ବୋର୍ଡରେ ନାହାନ୍ତି ।