WhatsAppରେ ନୂଆ ଫିଚର । ଆପଣଙ୍କ ଚାଟିଂକୁ ରଖିବ ପୁରା ସିକ୍ରେଟ୍, ଜାଣନ୍ତୁ ଏହାର ପ୍ରକ୍ରିୟା

1,024

କନକ ବ୍ୟୁରୋ: ହ୍ୱାଟ୍ସଆପ୍ ୟୁଜର୍ସଙ୍କ ପାଇଁ ଉପହାର। ୟୁଜର୍ସ ନିଜ ସିକ୍ରେଟ୍ ଚାଟିଂକୁ କରିପାରିବେ ଲକ୍। ଆସିଲା ନୂଆ ‘ଚାଟ୍ ଲକ୍’ ଫିଚର୍। ହ୍ୱାଟ୍ସଆପକୁ ପରିଚାଳନା କରୁଥିବା କମ୍ପାନୀ ମେଟା ସିଇଓ ମାର୍କ ଜୁକରବର୍ଗ ହ୍ୱାଟ୍ସଆପ୍ରେ ‘ଚାଟିଙ୍ଗ ଲକ୍’ ଫିଚର ଲଞ୍ଚ କରିବାକୁ ସୂଚନା ଦେଇଛନ୍ତି । ଏଣିକି ହ୍ୱାଟ୍ସଆପରେ ଆପଣଙ୍କ ଚାଟିଂ କିମ୍ବା କଲ୍ ସବୁକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ । ଆପଣଙ୍କ ବିନା ଅନୁମତିରେ କେହି ବି ଏହାର ଟେର୍ ପାଇବେନି । କାରଣ ଏସବୁ ସୁରକ୍ଷିତ ରଖିବାକୁ ଏଥର ହ୍ୱାଟ୍ସଆପରେ ବାୟୋମେଟ୍ରିକ ଫର୍ମୁଲାକୁ ବ୍ୟବହାର କରାଯିବ ।

ହ୍ୱାଟ୍ସଆପରେ ନୂଆ ଫିଚର ଯୋଡି ହେବାକୁ ଯାଉଛି, ଯାହା ଆପଣଙ୍କ କଥାବାର୍ତ୍ତାକୁ ଗୁପ୍ତ ରଖିବ । ଏଥିପାଇଁ ସ୍କ୍ରିନ ଲକ୍ କରାଯାଉଥିବା ପ୍ରଣାଳୀକୁ ବ୍ୟବହାର କରାଯିବ । କୌଣସି ଚାଟିଂ କିମ୍ବା ହ୍ୱାଟ୍ସଆପ୍ କଲ୍ ବା ଚାଟିଙ୍ଗକୁ ସିକ୍ରେଟ୍ ରଖିବାକୁ ଆପଣ ପାସୱାର୍ଡ ବା ଫିଙ୍ଗରପ୍ରିଣ୍ଟ ଦେଇ ଲକ୍ କରିପାରିବେ । ତେଣୁ ଏହାକୁ ଅନଲକ୍ ଆପଣଙ୍କ ବିନା ଅନ୍ୟ କେହି କରିପାରିବେ ନାହିଁ । ତେଣୁ ଆପଣଙ୍କ ସବୁ କଥାବାର୍ତ୍ତା ଗୋପନ ରହିବ । କେବଳ ଅଥେଣ୍ଟିକେସନ୍ ପରେ ହିଁ ୟୁଜରଙ୍କ କଥାବାର୍ତ୍ତା ବା ଚାଟିଂ ବାବଦରେ ଜାଣିପାରିବେ ।

ମେଟାର ସିଇଓ ଜୁକରବର୍ଗ କହିଛନ୍ତି ଯେ, ହ୍ୱାଟ୍ସଆପରେ ଆପଣଙ୍କ କଥାବାର୍ତ୍ତା ବ୍ୟକ୍ତିଗତ ରହିବ । ‘ଚ୍ୟାଟ୍ ଲକ୍’ ଫିଚର ୟଜର୍ସଙ୍କୁ ସୁରକ୍ଷାର ଆଉ ଏକ ବଳୟ ମିଳିବା ସହ ନିଜ କଥାବାର୍ତ୍ତାକୁ ଲୁଚାଇ ରଖିବାକୁ ସୁବିଧା ମିଳିବ । ଏହାକୁ କେବଳ ପାସୱାର୍ଡ ଓ ଫିଙ୍ଗରପ୍ରିଣ୍ଟ ସହାୟତାରେ ହିଁ ଦେଖାଯାଇପାରିବ । ଏହି ଫିଚର ନୋଟିଫିକେସନରେ ମଧ୍ୟ ଆପଣଙ୍କ ଚାଟିଂକୁ ଲୁଚାଇ ରଖିବ ।
ଏହି ‘ଚାଟ୍ ଲକ୍’ ଫିଚର ଆଣ୍ଡ୍ରଏଡ୍ ଓ ଆଇଓଏସ୍ରେ ଉପଲବ୍ଧ ହେବ । ଏବେ ଜାଣନ୍ତୁ ଆପଣଙ୍କ ଚାଟିଂକୁ କିପରି କରିବେ ଲକ୍

ସର୍ବ ପ୍ରଥମେ ଆପଣଙ୍କ ହ୍ୱାଟ୍ସଆପରେ କୌଣସି ଚାଟିଂକୁ ଟ୍ୟାପ କରିବାକୁ ପଡିବ । ଏହାପରେ ଆପଣଙ୍କୁ ‘ଚାଟ୍ ଲକ’୍ ଅପ୍ସନ ମିଳିବ । ଏହା ଉପରେ କ୍ଲିକ୍ କରିଲେ ଆପଣଙ୍କୁ ଏହି ଫିଚରକୁ ଆକ୍ଟିଭ୍ କରିବାକୁ ପଡିବ । ଏବେ ଲକ୍ ଚାଟକୁ ଦେଖିବାକୁ ୟୁର୍ସଙ୍କୁ ନିଜର ଇନବକ୍ସକୁ ତଳକୁ ଡ୍ରାଗ୍ କରି ନିଜ ଫୋନରେ ପାସୱାର୍ଡ ସେଟ୍ ବା ବାୟୋମେଟ୍ରିକ ପ୍ରମାଣିକରଣ କରିବାକୁ ପଡିବ । ଫଳରେ ଆପଣଙ୍କ ଚାଟ୍ ଲକରେ ଥିବା ମେସେଜ ଇନବକ୍ସରେ ନୁହେଁ ଭିନ୍ନ ଫୋଲ୍ଡରରେ ରହିବ । ଚାଟ୍ ଲକରେ ଇଊଊ ବ୍ୟକ୍ତିଙ୍କ ମେସେଜ ଓ ନାଁ ଇନବକ୍ସରେ ଦେଖାଯିବନି ବରଂ ସମ୍ପୂର୍ଣ୍ଣ ଗୋପନୀୟ ରହିବ ।

କହିରଖୁଁ ଭାରତରେ ପାଖାପାଖି ୪୮. ୯ କୋଟି ୟୁଜର୍ସ ଅଛନ୍ତି । ସାରା ଦୁନିଆରେ ଏହାର ୨୦୦ କୋଟିରୁ ଅଧିକ ବ୍ୟବହାରକାରୀ ଅଛନ୍ତି । ହ୍ୱାଟ୍ସଆପକୁ ୨୦୦୯ରେ ଲଞ୍ଚ କରାଗଲା । ୨୦୧୪ରେ ଫେସବୁକ୍ ଏହାକୁ ୧୯ ବିଲିଅନ୍ ଡଲାରରେ କିଣିନେଇଥିଲା । ଦୁନିଆରେ ସବୁଠୁ ଅଧିକ ବ୍ୟବହାର କରାଯାଉଥିବ ଏହି ମେସେଞ୍ଜର ଆପକୁ ଅଧିକ ସୁରକ୍ଷିତ କରିବାକୁ ମାର୍କ ଜୁକରବର୍ଗ ‘ଚାଟ୍ ଲକ୍ ‘ ଫିଚର ଆଣି ୟୁଜର୍ସଙ୍କ ସୁରକ୍ଷାକୁ ଆହୁରି ପାଦେ ଆଗେଇନେଇଛନ୍ତି ।