ଉଜୁଡିଗଲା ଅମଳ ଫସଲ: କଣାସ ସାହସପୁରରେ ନିଆଁ ଲାଗି ଏକର ଏକର ପାଚିଲା ଧାନ କିଆରି ନଷ୍ଟ

44

କନକ ବ୍ୟୁରୋ: ବର୍ଷକ ପରିଶ୍ରମ ଗୋଟିଏ ଦିନରେ ହରାଇଛି ଚାଷୀ । ହତାଶ ହୋଇ କାନ୍ଦିବା ଛଡା ଆଉ ଅନ୍ୟ କୈାଣସି ଉପାୟ ନାହିଁ ଚାଷୀ ପାଖରେ । ପାଚିଲା ଧାନ କିଆରିରେ ନିଅାଁ ଲଗାଇଦେଲେ ଦୁର୍ବୃତ । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ସାହସପୁର ଗ୍ରାମରେ ।ହତାଶ ହୋଇଛି ଚାଷୀ ।

ଫସଲ ହରାଇ ଆଖିରୁ ଲୁହ ଶୁଖୁନି ଚାଷୀର । ଚାଷୀ ଗଦାଧର ପ୍ରଧାନଙ୍କ ଦୁଇ ମାଣରୁ ଅଧିକ ଜମିର ଧାନ କଟା ହୋଇ ପଡ଼ିରହିଥିଲା । ବିଲ କାମ ସାରି ଘରକୁ ଖାଇବା ପାଇଁ ଯାଇଥିବା ବେଳେ କେହି ଦୁର୍ବୃତ ଜମିରେ ନିଅାଁ ଲଗାଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି । ସେହିପରି ଅନ୍ୟ ଜଣେ ଚାଷୀଙ୍କ ମଧ୍ୟ ନିରଂଜନ ପ୍ରଧାନଙ୍କ ୫ ବସ୍ତା ଧାନ ନଷ୍ଟ ହୋଇଛି । କଷ୍ଟ ଅର୍ଜିତ ଧାନ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ବିଲ ମୁଣ୍ଡରେ ବସି କାନ୍ଦୁଛି ଚାଷୀ ।   ଏନେଇ କିଛି ସାହାଯ୍ୟ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛି ଚାଷୀ ।