କନକ ବ୍ୟୁରୋ : ଆଇପିଏଲ ନିଲାମ ବେଳେ ବଡ ଅଘଟଣ ଟଳି ଯାଇଛି । ନିଲାମ ମଝିରେ ବେହୋସ ହେଲେ ନିଲାମ କରୁଥିବା ଅକ୍ସନର ହଗ୍ ଏଡମୀଡସ୍ । ତେବେ ସ୍ୱାସ୍ଥ୍ୟଗତ କାରଣରୁ ସେ ହଠାତ୍ ନିଜର ଚେତା ହରାଇଥିବା ଜଣାପଡିଛି । ବର୍ତ୍ତମାନ ପାଇଁ ନିଲାମ ପ୍ରକ୍ରିୟାକୁ ବନ୍ଦ ରଖାଯାଇଛି । ତେବେ ପ୍ରଥମେ ଚେତାଶୂନ୍ୟ ହୋଇ ଷ୍ଟେଜ୍ ତଳକୁ ପଡିଯାଇଥିଲେ । ଯାହାପରେ ସେଠାରେ ଉପସ୍ଥିତ ଥିବା ପ୍ରତି ଦଳର ମାଲିକମାନେ ହଠାତ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
Mr. Hugh Edmeades, the IPL Auctioneer, had an unfortunate fall due to Postural Hypotension during the IPL Auction this afternoon.
The medical team attended to him immediately after the incident & he is stable. Mr. Charu Sharma will continue with the Auction proceedings today. pic.twitter.com/cQ6JbRjj1P
— IndianPremierLeague (@IPL) February 12, 2022
ତେବେ ଅକ୍ସନର ହଗ୍ ଏଡମୀଡସ ସୁସ୍ଥ ଥିଲେ ମଧ୍ୟ ଆଜି ଆଉ ନିଲାମୀରେ ସାମିଲ ହେବେ ନାହିଁ । ତେଣୁ ହଗ ଏଡମୀଡସଙ୍କ ବଦଳରେ ଟିଭି ଉପସ୍ଥାପକ ଚାରୁ ଶର୍ମା ନିଲାମ ମଙ୍ଗ ଧରିବେ । ଅବଶିଷ୍ଟ ନିଲାମୀ ପାଇଁ ଚାରୁ ଶର୍ମାଙ୍କୁ ବାଛିଛନ୍ତି ଆଇପିଏଲ କର୍ତ୍ତୃପକ୍ଷ । ଏବେ ସୁଦ୍ଧା ଭାରତୀୟ ବ୍ୟାଟର ଶ୍ରେୟସ ଆୟର ସର୍ବାଧିକ ଟଙ୍କାରେ ବିକ୍ରି ହୋଇଛନ୍ତି । ଆୟରଙ୍କୁ ୧୨.୫ କୋଟି ଟଙ୍କାରେ କିଣିଛି କୋଲକାତା ନାଇଟ ରାଇଡର୍ସ ।