ମାଲକାନଗିରିରେ ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲେ ୩ଭଉଣୀ । ଜଳନ୍ତା ଘର ଭିତରୁ ମୃତ ଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ

Advertisment
ମାଲକାନଗିରିରେ ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲେ ୩ଭଉଣୀ । ଜଳନ୍ତା ଘର ଭିତରୁ ମୃତ ଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ମାଲକାନଗିରିରେ ଗ୍ୟାସ ସିଲିଣ୍ଡର ଫାଟି ଜୀବନ୍ତ ଦଗ୍ଧ ହୋଇଗଲେ ୩ଭଉଣୀ । ମାଲକାନଗିରି ଜଗନ୍ନାଥ ମନ୍ଦିର ନିକଟରେ ଏକ ଜଳୁଥିବା ଘର ଭିତରୁ ମୃତ ଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ତେବେ କେମିତି ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ । ଅନୁମାନ କରାଯାଉଛି ଗ୍ୟାସ ଲିକ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି । ୧୦ ଦିନ ତଳେ ବାପା ପ୍ରାଣ ହରାଇଥିଲେ ।ଆଉ ଆଜି ଦଶାହ ଅବସରରେ ଏଭଳି ଅଭାବନୀୟ କାଣ୍ଡ ଘଟିଛି ।

publive-image

ମିଳିଥିବା ସୂଚନା ଅନୁଯାୟୀ, ୧୦ ଦିନ ତଳେ ମାଉଲିଗୁଡ଼ିି ସାହିର ନାଗେଶ୍ୱର ରାଓଙ୍କର ମୃତ୍ୟୁ ଘଟିଥିଲା। ସ୍ୱର୍ଗତ ରାଓଙ୍କ ପତ୍ନୀଙ୍କର ପୂର୍ବରୁ ମୃତ୍ୟୁ ଘଟି ସାରିଥିବା ବେଳେ ଘରେ ୩ ପୁଅ ଓ ୩ ଝିଅ ରହିଥିଲେ। ସେମାନଙ୍କ ମଧ୍ୟରୁ ଦୁଇପୁଅ ବାପାଙ୍କ ଅସ୍ଥି ବିସର୍ଜନ ପାଇଁ ରାଜମହେନ୍ଦ୍ରୀ ଯାଇଥିବାବେଳେ ଅନ୍ୟ ଜଣେ ପୁଅ ଲଣ୍ଡା ହେବା ପାଇଁ ଯାଇଥିଲେ। ଏହି ସମୟରେ ଘରେ ତିନି ଭଉଣୀ ଆମଲୁ(୨୦), ରେଣୁକା(୧୮) ଓ ମାଙ୍ଗା(୧୬ ବର୍ଷ) ଥିଲେ।

publive-image

ତେବେ ଡଠାତ ଘର ଭିତରୁ ପ୍ରବଳ ନିଆଁ ବାହାରିବା ଦେଖି ଗାଁ ଲୋକେ ସେଠାରେ ରୁଣ୍ଡ ହୋଇଯାଇଥିଲେ। ମାତ୍ର ଘର ଭିତରପଟୁ ଦିଆଯାଇଥିଲା। ତେଣୁ ଛପର ଭାଙ୍ଗି ଗାଁ ଲୋକେ ଦମକଳ ସହିତ ମିଶି ନିଆଁକୁ ଆୟତ କରିଥିଲେ ମାତ୍ର ନିଆଁ ଲିଭିବା ପରେ ଯାହା ଦେଖିଲେ ସେଥିରେ ସମସ୍ଥଙ୍କ ଆଖି ଲୁହରେ ଭରି ଯାଇଥିଲା। ଘର ଭିତରେ ତିନି ଭଉଣୀ ସମ୍ପୂର୍ଣ୍ଣ ଜଳିଯାଇ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe