ଆରମ୍ଭ ହେଲା ମହାପ୍ରଭୁଙ୍କ ରଥଭଙ୍ଗା କାର୍ଯ୍ୟ: ପରମ୍ପରା ଅନୁସାରେ ପ୍ରଥମେ ଭଙ୍ଗାଗଲା ମା’ ସୁଭଦ୍ରାଙ୍କ ରଥର କଳସ

୧୨ ଦିନ ଭିତରେ ୨୦ ଜଣ ଭୋଇ ସେବାୟତ ଭଙ୍ଗିବେ ୩ ରଥ; ପ୍ରମୁଖ ଅଂଶ ହେବ ନିଲାମ

214

କନକ ବ୍ୟୁରୋ: ପରମ୍ପରା ଅନୁସାରେ ଆଜିଠାରୁ ପୁରୀରେ ଆରମ୍ଭ ହୋଇଛି ରଥଭଙ୍ଗା କାମ । ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଆଜି ଭୋଇ ସେବକମାନେ ରଥ ଭଙ୍ଗା କାର୍ଯ୍ୟ କରିଛନ୍ତି । ତେବେ ପ୍ରଥମେ ମା’ ସୁଭଦ୍ରାଙ୍କ ଦେବଦଳନ ରଥର କଳସରୁ ଭଙ୍ଗା କାମ ଆରମ୍ଭ ହୋଇଛି ।

ମୁଖ୍ୟ ଭୋଇ ସର୍ଦ୍ଦାରଙ୍କ ନିର୍ଦ୍ଦେଶକ୍ରମେ ୫ ଜଣ ପ୍ରମୁଖ ଭୋଇ ଉପସ୍ଥିତ ରହି ରଥଭଙ୍ଗା କାର୍ଯ୍ୟ ଆରମ୍ଭ କରିଥାନ୍ତି । ତେବେ ମହାପ୍ରଭୁଙ୍କର ଏହି ରଥଭଙ୍ଗା କାମରେ ମୋଟ ୨୦ ଜଣ ଭୋଇ ସେବାକମାନେ ୧୨ ଦିନ ଭିତରେ ୩ ରଥକୁ ଭାଙ୍ଗିଥାନ୍ତି । ପ୍ରଥମେ ଦେବଦଳନ, ପରେ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବା ପରମ୍ପରା ରହିଛି । ସେହିଭଳି ମହାପ୍ରଭୁଙ୍କ ଏହି ଭଙ୍ଗା ରଥକାଠକୁ ସଂଗ୍ରହ କରି ଘରେ ରଖିଥାନ୍ତି ଭକ୍ତମାନେ ।

ବିଶ୍ୱାସ ରହିଛି, ରଥକାଠ ଘରେ ରଖିବା ଦ୍ୱାରା ସବୁ ଦୁଃଖ କଷ୍ଟ ଦୂର ହୋଇଯାଇଥାଏ । ରଥର ଚକ, ପ୍ରଭା, ଦ୍ୱାର ବେଢା, କଣଗୁଜକୁ ଶ୍ରୀମନ୍ଦିର ପ୍ରଶାସନ ନିଲାମ କରିଥାଏ । ଏବଂ ଅନ୍ୟ ଟୁକୁରା କାଠ ମହାପ୍ରଭୁଙ୍କ କୋଠଭୋଗ ପ୍ରସ୍ତୁତିରେ ଜାଳ ଭାବେ ବ୍ୟବହାର ହୋଇଥାଏ ।