କନକ ବ୍ୟୁରୋ: ରଥ ଖଳାରେ ପହଞ୍ଚି ପାରୁନି ଆବଶ୍ୟକୀୟ ପରିମାଣର କାଠ । ଯାହାକୁ ନେଇ ମହାରଣା ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ରଥଯାତ୍ରାକୁ ଆଉ ୧୩ ଦିନ ବାକି ଥିବା ବେଳେ ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ । ହେଲେ କାଠ ଠିକ୍ ଭାବେ ପହଞ୍ଚି ପାରୁନଥିବାରୁ ନନ୍ଦିଘୋଷ ରଥର ପୋଟଳ କାମ ଆଗେଇ ପାରୁନି । ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର କହିଛନ୍ତି ପଟ୍ଟାନଥିବାରୁ ଆରମ୍ଭ ହୋଇପାରୁନି ପୋଟଳ କାମ । ସ' ମିଲରେ କାଠ ରଖାଯାଇଥିଲେ ମଧ୍ୟ ଟ୍ରକ କାଠ ଆଣୁନି । କ’ଣ ପାଇଁ ଆସୁନି ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ।
ରଥଖଳାରେ ନାହିଁ ଆବଶ୍ୟକ କାଠ । ଆଗେଇପାରୁନି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ କାମ । ଅସନ୍ତୁଷ୍ଟ ମୁଖ୍ୟ ବିଶ୍ୱକର୍ମା ।
/kanak/media/post_attachments/wp-content/uploads/2024/06/ratha.jpg)