କନକ ବ୍ୟୁରୋ: ଆଜ୍ଞାମାଳ ପରେ ଦକ୍ଷିଣ ମୋଡ଼ ହେଉଛି ରଥ । ପ୍ରଥମେ ମା ସୁଭଦ୍ରାଙ୍କ ରଥକୁ ଦକ୍ଷିଣ ମୋଡ଼ କରୁଛନ୍ତି ସେବାୟତ । ପରେ ବଡ଼ ଭାଇ ବଳଭଦ୍ରଙ୍କ ରଥ, ଶେଷରେ କାଳିଆ ଠାକୁରଙ୍କ ରଥକୁ ଦକ୍ଷିଣ ମୋଡ଼ କରାଯିବ । ହେରା ପଂଚମୀ ନୀତ ସମ୍ପନ୍ନ ହେବା ପରେ ଆରମ୍ଭ ହୋଇଛି ବାହୁଡା ପ୍ରସ୍ତୁତି । ୨୮ତାରିଖ ବୁଧବାର ବାହୁଡାଯାତ୍ରାରେ ଗୁଣ୍ଡିଚା ଘରୁ ଶ୍ରୀମନ୍ଦିରକୁ ରଥାରୁଢ ଠାକୁର ବାହୁଡିଯିବେ । ତେବେ ଆଜି ରଥର ଦକ୍ଷିଣ ମୋଡ ପୂର୍ବରୁ ତିନି ରଥର ଯାଂଚ କରାଯାଇଛି । ନନ୍ଦିଘୋଷ ରଥରେ ୪ଟି କ୍ଲାମ୍ପ ଲଗାଯାଇଛି ବିଶ୍ୱକର୍ମା ଓ ଭୋଇ ସେବକମାନେ ଓ ରଥ ଯାଂଚ କମିଟି ସଦସ୍ୟ ମାନଙ୍କ ଦ୍ୱାରା ରଥ ଯାଂଚ କାର୍ଯ୍ୟ ସମ୍ପନ୍ନ ହୋଇଛି ।

Advertisment