କାଲିଠୁ ରଥ ନିର୍ମାଣ । ଆସନ୍ତାକାଲି ସକାଳ ଠାରୁ ଆରମ୍ଭ ରଥ ନିର୍ମାଣ କାମ । ୩ ବିଶ୍ୱକର୍ମା ସେବାୟତଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା ପରେ ନିଆଗଲା ନିଷ୍ପତ୍ତି ।

229

କନକ ବ୍ୟୁରୋ: କାଲିଠାରୁ ଆରମ୍ଭ ହେବ ରଣନିର୍ମାଣ କାମ । ରଥ ନିର୍ମାଣ ନେଇ କେନ୍ଦ୍ର ସରକାରଙ୍କ ଅନୁମତି ପରେ ଏହି ନିଷ୍ପତି ନିଆଯାଇଛି । ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତିନି ରଥର ବିଶ୍ୱକର୍ମା ସେବାୟତ, ପରିଚାଳନା କମିଟି ସଦସ୍ୟଙ୍କ ବୈଠକ ପରେ ରଣ ନିର୍ମାଣ ନେଇ ନିଷ୍ପତି ନିଆଯାଇଛି । ଆଉ ଏହି ନିଷ୍ପତ୍ତି କ୍ରମେ କାଲି ସକାଳୁ ଆରମ୍ଭ ହେବ ରଥ କାମ ।

ରଥ ନିର୍ମାଣ ନେଇ  କେନ୍ଦ୍ର ସରକାର ଦୁଇଟି ସର୍ତ ରଖିଛନ୍ତି । ରଥ ନିର୍ମାଣ ବେଳେ ଧାର୍ମିକ ସମାବେଶ ନ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ତାଲାବନ୍ଦ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ସେହିପରି ସେତେବେଳର ପରିସ୍ଥିତି ଅନୁଯାୟୀ ରଥଯାତ୍ରା ନେଇ ରାଜ୍ୟ ସରକାର ନିଷ୍ପତି ନେଇପାରିବେ ବୋଲି କେନ୍ଦ୍ର ସରକାର କହିଛନ୍ତି । ଗତ ମେ’ ୪ ତାରିଖରେ ରଥ ନିର୍ମାଣ ନେଇ ରାଜ୍ୟ ସରକାରଙ୍କ ଅନୁମତି ମାଗିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି । ଏହା ପରେ ରଥ ନିର୍ମାଣ ନେଇ କି କେନ୍ଦ୍ର ସରକାରଙ୍କ କି ଆଭିମୁଖ୍ୟ ରହିଛି, ସ୍ପଷ୍ଟ କରିବା ପାଇଁ ଚିଠି ଲେଖିଥିଲେ ରାଜ୍ୟ ସରକାର ।

ଆଜି ଏ ନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ରଥଖଳାରେ ରଥନିର୍ମାଣ କରିବାକୁ ଅନୂୁମତି ଦିଆଯାଇଛି । ତେବେ ସାମାଜିକ ଦୂରତା ଠାରୁ ଆରମ୍ଭ କରି ମେ’ ୧ ତାରିଖରେ କେନ୍ଦ୍ର ସରକାରଙ୍କ ଲକ୍ଡାଉନ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ଧାର୍ମିକ ସମାବେଶ ନ କରିବା ପାଇଁ କୁହାଯାଇଛି ।