ଜୁଲାଇ ୧୨ରେ ମହାପ୍ରଭୁଙ୍କ ରଥଯାତ୍ରା : ଜୋରସୋରରେ ଚାଲିଛି ରଥକାମ; କାମରେ ଲାଗିଛନ୍ତି ବିଶ୍ୱକର୍ମା ସେବାୟତ

123

କନକ ବ୍ୟୁରୋ : ଜୁନ୍ ୨୪ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ଜୁଲାଇ ୧୨ରେ ମହାପ୍ରଭୁଙ୍କ ରଥଯାତ୍ରା । ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ରଥ ଯାତ୍ରାର ଦଶଦିନ ପୂର୍ବରୁ ରଥକାମ ସାରି ଇତିହାସ ରଚିବାକୁ ଲକ୍ଷ ରଖିଛନ୍ତି ମହାରଣା ସେବକ । ସ୍ନାନପୁର୍ଣ୍ଣିମାରେ ୩ରଥର ଭୁଇଁ ପଡ଼ି ପୋଟୋଳ କାର୍ଯ୍ୟ ଶେଷ କରିବା ନେଇ ଚାଲିଛି ନିର୍ମାଣ ।

ସେପଟେ ମହାରଣାଙ୍କୁ ତାଳଦେଇ ରଥଖଳାରେ ରୂପକାରମାନେ ମଧ୍ୟ ତ୍ୱରିତ ବେଗରେ କାର୍ଯ୍ୟ କରୁଛନ୍ତି । ସେପଟେ ସ୍ନାନଯାତ୍ରା ପାଇଁ ବଡ଼ ଦାଣ୍ଡରେ ବ୍ୟାରିକେଡ ପୋତାଯିବା ଆରମ୍ଭ ହୋଇଥିବା ବେଳେ ସେପଟେ ଅଣସର ନିତି ୧୫ ଦିନ କରିବା ପାଇଁ ପ୍ରସ୍ତୁତ ହେଲେଣି ଦିତାପତି ସେବକ । ସ୍ନାନପୂର୍ଣ୍ଣିମା ନୁହେଁ ବରଂ ଶୀତଳ ଷଷ୍ଠୀ ପୂର୍ବରୁ ଉଠି ସାରିଛି ୩ ରଥର ୪ ନାହାକ ।