କନକ ବ୍ୟୁରୋ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଆଜି ପରମ୍ପରା ଅନୁଯାୟୀ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ତିନି ରଥର ଚାରିନାହାକା ଉଠିଛି। ମହାରଣା ଓ ଭୋଇ ସେବକମାନେ ଏହି କାର୍ଯ୍ୟ ସଂପାଦନ କରିଛନ୍ତି। ସେପଟେ ପୋଲ ଗୟଳ ମୋଡ଼ା କାମ ବି ଆଗେଇ ଚାଲିଛି। ଆଜି ଚଉତା ବିନ୍ଧ ଅନୁକୂଳ ହୋଇଛି। ଏହି କାର୍ଯ୍ୟ ଶେଷ ପରେ ଭୂଇଁ କାମ ଆରମ୍ଭ ହେବ। ସେପଟେ ଚିତ୍ରକର ସେବକମାନେ ବି ନିଜ ନିଜ କାମକୁ ଆଗେଇ ନେଇଛନ୍ତି। ସିଂହାସନ ସହ ଅନ୍ୟାନ୍ୟ କାମ ତ୍ବରାନ୍ବିତ ହୋଇଛି। ଓଝା ସେବକମାନେ ଦୋଳବେଦୀ କମାରଶାଳାରେ କଣ୍ଟା କାମକୁ ଆଗେଇ ନେଇଛନ୍ତି। ସେପଟେ ଦର୍ଜୀ ସେବକ ରଥଖା ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି।
ଗତକାଲି ଶ୍ରୀମନ୍ଦିରରେ ଶେଷ ହୋଇଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏହି ଅବସରରେ ୧୦୮ ଗରା ସୁବାଷିତ ଜଳରେ ଶ୍ରୀଜିଉଙ୍କ ଦିବ୍ୟ ସ୍ନାନ ସହିତ ଶେଷ ହୋଇଛି ଦେବସ୍ନାନ ପୂର୍ଣ୍ଣିମା । ସ୍ନାନବେଦୀରେ ମହାସ୍ନାନ ପରେ କୋଟି କୋଟି ଭକ୍ତଙ୍କୁ ଗଜାନନ ବେଶରେ ଦର୍ଶନ ଦେଇଥିଲେ ମହାପ୍ରଭୁ । ସ୍ନାନ ପରେ ଅସୁସ୍ଥ ହୋଇ ଜ୍ୱରରେ ପଡିଛନ୍ତି ଶ୍ରୀଜିଉ । ଏହା ପରେ ମହାପ୍ରଭୁ ଚିକିତ୍ସା ପାଇଁ ଅଣସର ଘରକୁ ଯାଇଛନ୍ତି । ଆଉ ଅଣସର ଘରେ ୧୫ଦିନ ଧରି ଅସୁସ୍ଥ ଭଗବାନଙ୍କ ଗୁପ୍ତ ସେବା କରିବେ ସେବାୟତ । ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ । ଆଉ ମହାପ୍ରଭୁ ସୁସ୍ଥ ହେବାପରେ ନବଯୈାବନ ବେଶରେ ଦର୍ଶନ ଦେବା ସହ ରଥଯାତ୍ରାରେ ବଡଦାଣ୍ଡକୁ ବାହରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/ratha-khala-3.jpg)
/kanak/media/post_attachments/wp-content/uploads/2019/06/D9PmsaTVAAEbHDT-300x200.jpg)