ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା : ଚାଲିଛି ତୁମ୍ବ ହଣା କାର୍ଯ୍ୟ; କରତିଆ ସେବକମାନେ କରୁଛନ୍ତି କାମ

ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା : ଚାଲିଛି ତୁମ୍ବ ହଣା କାର୍ଯ୍ୟ; କରତିଆ ସେବକମାନେ କରୁଛନ୍ତି କାମ

କନକ ବ୍ୟୁରୋ : ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ଗତକାଲି ଅକ୍ଷୟ ତୃତୀୟାରେ ରଥ ଅନୁକୁଳ ହୋଇଥିଲା । ରଥଖଳାରେ ତୁମ୍ଭ କାର୍ଯ୍ୟ ଆରମ୍ଭ ପାଇଁ ମାପ ସହ ଖୋଦେଇ କରାଯାଇଥିଲା । ଆଜି ସକାଳୁ ସେହି ମାପରେ ଆରମ୍ଭ ହୋଇଛି ତୁମ୍ଭ ହଣା କାର୍ଯ୍ୟ । କରତିଆ ସେବକମାନେ ଏହି କାର୍ଯ୍ୟ ରଥଖଳାରେ ଆରମ୍ଭ କରିଛନ୍ତି । ରଥ ସଂହିତା ଅନୁସାରେ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଆରମ୍ଭ ଓ ଭଉଁରୀ ଦିନ ତିନି ରଥର ଅଖ ଚକ ସଂଯୋଗ ନୀତି ଅନୁଷ୍ଠିତ ହେବାର ପରମ୍ପରା ରହିଛି । ତେଣୁ ଜୋରସରରେ ରଥଖଳାରେ ରଥ ନିର୍ମାଣ କାମ ଚାଲିଛି । ସେପଟେ ରଥଖଳାରେ ବାହାର ଲୋକ ନପଶିବା ପାଇଁ କଟକଣା ଜାରି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe