ଆରମ୍ଭ ହେଲା ରଥ ନିର୍ମାଣ । ୨୦୦ ଫୁଟ୍ ନିଷିଦ୍ଧାଞ୍ଚଳ ଭିତରେ ଜାରି ରହିବ ରଥ ନିର୍ମାଣ, ଭକ୍ତ ନିବାସରେ ରଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ରଥଖଳାକୁ ବସରେ କରିବେ ଯିବା ଆସିବା ।

200

କନକ ବ୍ୟୁରୋ: ଚଳଚଂଚଳ ରଥଖଳା । ଆରମ୍ଭ ହେଲା ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଗୃହ ମନ୍ତ୍ରାଳୟର ସବୁଜ ସଂକେତ ପରେ ଆଜିଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ରଥ ଖଳାକୁ ବ୍ୟାରିକେଡିଂ ଓ କପଡାରେ ଆବଧ କରି ରଥ କାର୍ଯ୍ୟ ଆରମ୍ଭ କରାଯାଇଛି । ଗୃହ ମନ୍ତ୍ରାଳୟର ସର୍ତ ଅନୁସାରେ ସାମାଜିକ ଦୂରତାକୁ ପାଳନ କରି ମହାରଣା ସେବାୟତ ମାନେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ସେପଟେ ରଥ ନିର୍ମାଣ ପାଇଁ କେନ୍ଦ୍ର ସରକାର ଦୁଇଟି ସର୍ତ ରଖିଛନ୍ତି । ର୍ଥ ନିର୍ମାଣ ବେଳେ ଧାର୍ମିକ ସମାବେଶ ନ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ତାଲାବନ୍ଦ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ଏହାଛଡା ନିର୍ଦ୍ଧାରିତ ତାରିଖ ଜୁନ୍ ୨୩ର ପରିସ୍ଥିତିକୁ ଦେଖି ରଥଯାତ୍ରା ନେଇ ରାଜ୍ୟ ସରକାର ନିଷ୍ପତି ନେଇପାରିବେ ବୋଲି ଆଗୁଆ କହିଛନ୍ତି କେନ୍ଦ୍ର ସରକାର ।

ତେବେ ଗତ ମେ’ ୪ ତାରିଖରେ ରଥ ନିର୍ମାଣ ନେଇ ରାଜ୍ୟ ସରକାରଙ୍କ ଅନୁମତି ମାଗିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି । ଏହା ପରେ ରଥ ନିର୍ମାଣ ନେଇ କେନ୍ଦ୍ର ସରକାରଙ୍କର କି ଆଭିମୁଖ୍ୟ ରହିଛି, ସ୍ପଷ୍ଟ କରିବା ପାଇଁ ଚିଠି ଲେଖିଥିଲେ ରାଜ୍ୟ ସରକାର । ଯାହାର ଉତ୍ତରରେ ଗତକାଲି କେନ୍ଦ୍ର ଗୃହମନ୍ତ୍ରଣାଳୟ ସବୁଜ ସଙ୍କେତ ଦେଇ