କନକ ବ୍ୟୁରୋ : ରଥଟଣା ବେଳେ ବଡ ଅଘଟଣ । ରଥରେ ନିଆଁ ଲାଗିବା ସହ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯାଜପୁର କାଳିଆପାଣି ଥାନା ଟାଟା ମାଇନସ କଲୋନୀରେ ରଥଟଣା ବେଳେ ଏଭଳି ଅଘଟଣ ହୋଇଛି । ଲୌହ ନିର୍ମିତ ରଥଟି ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଏଭଳି ଅଘଟଣ ହୋଇଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ଯାଜପୁରର କାଳିଆପାଣି ଅଞ୍ଚଳରେ ଥିବା ଟାଟା ମାଇନସ୍ କଲୋନୀ ପରିସରରେ ରଥ ଟଣା ହେଉଥିବା ବେଳେ ହଠାତ ରଥଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା । ରଥଟି ଲୁହାରେ ନିର୍ମିତ ହୋଇଥିବାରୁ ରଥଟି ଚାର୍ଜ ହୋଇଯାଇଥିଲା । ଯାହାଫଳରେ ରଥଟି ଜଳିବା ସହ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାସହ ୭ ଜଣ ଗୁରୁତର ଆହତ ମଧ୍ୟ ହୋଇଥିଲେ । ୭ ଗୁରୁତର ଆହତଙ୍କ ମଧ୍ୟରୁ ୩ ଜଣଙ୍କର ଅବସ୍ଥା ଗୁରୁତର ରହିଥିବା ବେଳେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଗୁରୁତରଙ୍କୁ ଉଦ୍ଧାର କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/Ratha-Fire-2.jpg)