କନକ ବ୍ୟୁରୋ : ସବୁ କଳ୍ପାନା ଜଳ୍ପନାର ଅନ୍ତ ଘଟାଇ ଆଜି ପଞ୍ଜାବ ପାଇଁ କଂଗ୍ରେସ ତରଫରୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରାଯାଇଛି । ରବିବାର ଦିନ ଲୁଧିଆନା ଠାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛନ୍ତି । ଏକ ଭର୍ଚୁଆଲ ରାଲିକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି କି ଏବେକାର ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନି ହିଁ ଆଗାମୀ ନିର୍ବାଚନ ପାଇଁ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ।
ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଚନ୍ନିଙ୍କ ନାମ ଘୋଷଣା ହେବା ପରେ ଚନ୍ନି କହିଛନ୍ତି କି ତୁମ (ରାହୁଲ ଗାନ୍ଧୀ) କୃପାରୁ ସବୁକାମ ଠିକ୍ ଠାକ ଚାଲିଛି । ଅନ୍ୟପଟେ ଜନସଭାକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଥିଲେ କି ମୁଁ ୨୦୦୪ ରୁ ରାଜନୀତିରେ ରହିଛି, ମୋ ପାଖରେ ରାଜନୀତିର ଅନୁଭବ ରହିଛି । ହେଲେ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଜଣଙ୍କ ନାମ ଘୋଷଣା କରିବା ମୋ ପାଇଁ କଷ୍ଟକର ଥିଲା ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।
Charanjit Singh Channi will be the Congress' chief ministerial candidate for the upcoming Punjab Assembly elections: Rahul Gandhi in Ludhiana pic.twitter.com/KW0aQ8wcpT
— ANI (@ANI) February 6, 2022
ଅନ୍ୟପଟେ କିଛିଦିନ ହେବ ମୁଖ୍ୟମନ୍ତ୍ରୀ ଚେହରାକୁ ନେଇ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ନରମ ପଡିଛନ୍ତି । ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଚନ୍ନିଙ୍କ ନାମ ଘୋଷଣା ସରିବା ପରେ ରାହୁଲଙ୍କୁ ସିଦ୍ଧୁ ସିଂହ ବୋଲି କହିଛନ୍ତି । ଏହି କ୍ରମରେ ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି କି ଜୀବନର ୧୩ ବର୍ଷ ମୁଁ ବିଜେପିରେ ରହିଲି, ସେମାନେ ମୋତେ ବ୍ୟବହାର କରି ବିଭିନ୍ନ ସ୍ଥାନରେ ନିର୍ବାଚନୀ ପ୍ରଚାର କରାଇଲେ ହେଲେ ଏବେ ମୁଁ ରାହୁଲ ଗାନ୍ଧୀଙ୍କ ପାଖରେ ଋଣି ବୋଲି ସିଦ୍ଧୁ କହିଛନ୍ତି । ଅନ୍ୟପଟେ କେହି ବି ମୁଖ୍ୟମନ୍ତ୍ରୀ ହେଲେ ମୁଁ ତାଙ୍କ ସହ ମିଳିତ ଭାବେ କାମ କରିବି ବୋଲି ସିଦ୍ଧୁ ସ୍ପଷ୍ଟ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/Capture-17.jpg)