କନକ ବ୍ୟୁରୋ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନିଙ୍କ ପୁତୁରା ଗିରଫ । ଭୂପିନ୍ଦର ସିଂହ ହନୀଙ୍କୁ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ବେଆଇନ ବାଲି ଖନନ ମାମଲାରେ ଅର୍ଥ ହେରଫର ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ ପୁତୁରାକୁ ଗିରଫ କରିଛି ଇଡି । ପାଖାପାଖି ୮ ଘଂଟାର ପଚରାଉଚରା ପରେ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଛି ।

Advertisment

ଦୁଇ ସପ୍ତାହ ତଳେ ଭୂପିନ୍ଦର ସିଂହ ହନୀଙ୍କ ଘରେ ରେଡ୍ କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ତାଙ୍କ ଦୁଇ ଜଣ ସହଯୋଗୀଙ୍କ ଘରେ ମଧ୍ୟ ଚଢାଉ କରାଯାଇଥିଲା । ରେଡ୍ ବେଳେ ହନିଙ୍କ ଘରୁ ପାଖାପାଖି ୭ କୋଟି ୯ ଲକ୍ଷ ଟଙ୍କା ମିଳିଥିଲା । ସେହିପରି ହନିଙ୍କ ସହଯୋଗୀ ସନ୍ଦୀପ କୁମାରଙ୍କ ଘରୁ ୨ କୋଟି ଟଙ୍କା ଜବତ ହୋଇଥିଲା । ଜାଲ କମ୍ପାନୀ କରି ଅର୍ଥ ହେରଫେର ସହ ଅବୈଧ ବାଲି ଖନନ ନେଇ ହନି ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଅଭିଯୋଗ ରହିଛି ।