କନକ ବ୍ୟୁରୋ : ପଞ୍ଜାବ ରାଜନୀତିରେ ପୁଣି ନୂଆ ମୋଡ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂ ଚନ୍ନୀଙ୍କ ନାମରେ ମୋହର ମାରିଛି ଏଆଇସିସି । ଏନେଇ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।
It gives me immense pleasure to announce that Sh. #CharanjitSinghChanni has been unanimously elected as the Leader of the Congress Legislature Party of Punjab.@INCIndia@RahulGandhi@INCPunjabpic.twitter.com/iboTOvavPd
— Harish Rawat (@harishrawatcmuk) September 19, 2021
କହିରଖୁ କି କଂଗ୍ରେସ ବିଧାୟକ ଦଳ ବୈଠକରେ ସର୍ବ ସମ୍ମତିକ୍ରମେ ଚରଣଜିତଙ୍କ ନାମ ଘୋଷଣା କରାଯାଇଛି । କିଛି ସମୟ ପୂର୍ବରୁ କଂଗ୍ରେସ ମହାସିଚିବ କେ.ସି ବେଣୁଗୋପାଳ ସୂଚନା ଦେଇଥିଲେ କି ପର୍ଯ୍ୟବେକ୍ଷକ ଓ ବିଧାୟକଦଳ ସହ ହୋଇଥିବା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଚରଣଜିତସିଂ ଚନ୍ନୀ ସଂନ୍ଧ୍ୟା ୬.୩୦ ମିନିଟରେ ରାଜ୍ୟପାଳଙ୍କୁ ଭେଟିବେ । ଅନୁମାନ କରାଯାଉଛି କି ରାଜ୍ୟପାଳଙ୍କୁ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଆସନ୍ତା କାଲି ପାଇଁ ନିମନ୍ତ୍ରଣ କରିବେ ।
ଚରଣଜିତସିଂ ଚନ୍ନୀ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହେଉଥିବା ନେଇ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱ ଟ୍ୱିଟ କରି ସୂଚନା ଦେଇଥିଲେ । ହେଲେ ତା ପୂର୍ବରୁ ସୁଖଜିନ୍ଦର ସିଂ ରନ୍ଧାୱା ମୁଖ୍ୟମନ୍ତ୍ରୀ ହେଉଛନ୍ତି ବୋଲି ଆଲୋଚନା ଜୋର ଧରିଥିଲା । ହେଲେ ଶେଷ ମୁହୁତ୍ତ୍ୱରେ ଚରଣଜିତସିଂଙ୍କ ନାମ ଘୋଷଣା ହୋଇଛି ।
ଚରଣଜିତ ପଞ୍ଜାବର ଚମକୌରୀ ସାହିବ ବିଧାନସଭା ଆସନରୁ ବିଧାୟକ ଅଛନ୍ତି । ବିଶେଷ ଭାବେ ସେ ଦଳିତ ସମୁଦାୟରୁ ଆସିଛନ୍ତି । ଅନ୍ୟପଟେ ଚରଣଜିତସିଂହଙ୍କ ପତ୍ନୀ ପୂର୍ବ ମୁଖ୍ୟମନ୍ତ୍ରୀ ଅମରିନ୍ଦରସିଂଙ୍କ ଘୋର ବିରୋଧୀ ଭାବେ ବେଶ ଜଣାଶୁଣା