କନକ ବ୍ୟୁରୋ: ଲୋକପ୍ରିୟ ଟିଭି ପ୍ରବଚକ ଚାରଣ ରାମଦାସଙ୍କ ଦେହାନ୍ତ । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଅବସ୍ଥାରେ ଆଖି ବୁଜିଛନ୍ତି ଏହି ଲୋକପ୍ରିୟ କଳାକାର । ଗତ କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ହେଲେ ଏହି ସମୟରେ ତାଙ୍କ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି ହେବା ସହିତ ଫୁସଫୁସ ପ୍ରଭାବିତ ହୋଇଥିଲା । ଆଉ ଆଜି ସେ ସମସ୍ତଙ୍କ ପର କରି ଆରପାରିକୁ ଚାଲିଯାଇଛନ୍ତି । ଚାରଣ ରାମଦାସ ଜଣେ ଲୋକପ୍ରିୟ ପ୍ରବଚକ । ରାଜ୍ୟର ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ ତାଙ୍କର କଥା ଶୁଣିବାକୁ ଲୋକମାନେ ବେଶ ଆଗ୍ରହ ପ୍ରକାଶ କରିଥାନ୍ତି । ହେଲେ ଆଜି ତାଙ୍କ ଦେହାନ୍ତରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି ।
ପ୍ରବଚକ ଚାରଣ ରାମଦାସଙ୍କ ଦେହାନ୍ତ । କରୋନାରେ ଆକ୍ରାନ୍ତ ହୋଇ ହେଉଥିଲେ ଚିକିତ୍ସିତ । ଶ୍ୱାସକ୍ରିୟ ଜନିତ ସମସ୍ୟା ହେତୁ ପରଲୋକ । #KanakNewspic.twitter.com/yFywVG6kx0
— Kanak News (@kanak_news) May 24, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/28-3.jpg)