‘ଦିପାବଳୀରେ ସୁନାର ବର୍ଷା’ କଣ୍ଟେଷ୍ଟରେ ବିଜେତା ହେଲେ ଚପଳା ସ୍ୱାଇଁ

Advertisment
‘ଦିପାବଳୀରେ ସୁନାର ବର୍ଷା’ କଣ୍ଟେଷ୍ଟରେ ବିଜେତା ହେଲେ ଚପଳା ସ୍ୱାଇଁ

କନକ ବ୍ୟୁରୋ : ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକ ପକ୍ଷରୁ ଦୀପାବଳୀ ଅବସରରେ ଆୟୋଜିତ 'ଦୀପାବଳୀରେ ସୁନାର ବର୍ଷା' ପ୍ରତିଯୋଗିତାର ବିଜେତାମାନଙ୍କୁ ସ୍ଥାନୀୟ ଜୀ-ସାର୍ଥକର କର୍ପୋରେଟ ଅଫିସ ପରିସରରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପୁରସ୍କୃତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସମୁଦାୟ ୩୧ ଜଣଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଜଗତସିଂହପୁରର ଚପଳା ସ୍ଵାଇଁ ୧୦ ଗ୍ରାମ ଓଜନର ସୁନା କଏନ୍ ପାଇ ଏହି କଣ୍ଟେଷ୍ଟର ମେଗା ବିଜୟିନୀ ହୋଇଛନ୍ତି।

ମନୋରଞ୍ଜନ ସହ ଏପରି ପ୍ରତିଯୋଗୀତାର ଆୟୋଜନ କରିବା ଦ୍ୱାରା ଜୀ-ସାର୍ଥକ ଦର୍ଶକମାନଙ୍କ ପାଇଁ ଏକ ନୂଆ ପ୍ଲାଟଫର୍ମ ସୃଷ୍ଟି କରିବା ସହ ଆହୁରି ଅଧିକ ଆଦୃତ ହୋଇଛି ଏବଂ ଦର୍ଶକଙ୍କ ମନ ଜିଣିଛି ବୋଲି ବିଜେତାମାନେ ମତବ୍ୟକ୍ତ କରିଥିଲେ।

ସୂଚନା ଥାଉକି, ଦୀପାବଳୀ ଅବସରରେ ଗତ ଅକ୍ଟୋବର ୧୪ ରୁ ୨୩ ଯାଏଁ ସନ୍ଧ୍ୟା ୫ ରୁ ରାତି ୧୦ ମଧ୍ୟରେ ଜୀ-ସାର୍ଥକରେ ପ୍ରସାରିତ ହେଉଥିବା ଦିଦି ନମ୍ବର ୱାନ, ବିଜୟିନୀ, ଝିଲି, ସୁନା ଝିଅ ସାଥିରେ, ମା ଯାହାର ସାହା, ସର୍ବଜିତା ଅନୁ, ଭୋଳା ଓ ସାରେଗାମାପା ସ୍ଵରର ମହାମଞ୍ଚ ଆଦି ଧାରାବାହିକ ସମୟରେ ପ୍ରଶ୍ନଗୁଡିକ ପଚରା ଯାଇଥିଲା। ମନୋରଞ୍ଜନର ନୂଆ ନୂଆ ରୂପ ସହ ଆଗାମୀ ଦିନରେ ଜୀ-ସାର୍ଥକ ଏପରି ଆହୁରି ଅନେକ ପ୍ରତିଯୋଗିତା ନେଇ ଆସିବ ବୋଲି ଜୀ-ସାର୍ଥକ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe