ଚାପ ଖେଳିବେ ମହାପ୍ରଭୁ । ନରେନ୍ଦ୍ର ପୁଷ୍କରିଣୀରୁ ବାହାର କରାଗଲା ନନ୍ଦା, ଭଦ୍ରା ଓ ବୈଜୟନ୍ତୀଙ୍କ ଚାପ ଡଙ୍ଗା ।

91

କନକ ବ୍ୟୁରୋ: ଆସନ୍ତା ମାସ ୧୦ ତାରିଖରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ସହ ଅକ୍ଷୟ ତୃତୀୟା । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଚୈତ୍ର ପୂର୍ଣ୍ଣିମାରେ ନରେନ୍ଦ୍ର ପୁଷ୍କରଣୀରୁ ନନ୍ଦା, ଭଦ୍ରା ଓ ବୈଜୟନ୍ତୀଙ୍କ ଚାପ ଡଙ୍ଗା ବାହାର କରାଯାଉଛି । ଭୋଇ ସେବକମାନେ ଏଥିରେ ନିୟୋଜିତ ଥିବା ବେଳେ ମହାରଣା ସେବକଙ୍କ ଦ୍ୱାରା ଅକ୍ଷୟତୃତୀୟା ପୂର୍ବରୁ ଚାପ ନିର୍ମାଣ କାମ କରାଯିବ । ଭୋଇ ସେବକମାନେ ବିଧି ଅନୁସାରେ ଗୋଟିଏ ପରେ ଗୋଟିଏ ଡଙ୍ଗା ବାହାର କରି ସଜାର ରଖୁଛନ୍ତି । ପୁଣି ଥରେ ମହାପ୍ରଭୁଙ୍କ ଜଳକ୍ରୀଡା ପାଇଁ ଦୁଇ ଚାପକୁ ପାରମ୍ପରିକ ରଙ୍ଗରେ ପ୍ରସ୍ତୁତ କରାଯିବ । ପ୍ରତି ଚାପରେ ଦୁଇଟି ଡଙ୍ଗା ସଂଯୋଗ କରାଯିବା ସହ ଆକର୍ଷଣୀୟ ଭାବେ ସଜ୍ଜିତ କରାଯିବ ।