କୋଣାର୍କ ଗସ୍ତ ବେଳେ ନିମାପଡ଼ା ବିଧାୟକ ସମୀର ଦାଶଙ୍କୁ ବିରୋଧକୁ ନେଇ ଉତେଜନା । କଳା ପତାକା ପ୍ରଦର୍ଶନାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ

କୋଣାର୍କ ଗସ୍ତ ବେଳେ ନିମାପଡ଼ା ବିଧାୟକ ସମୀର ଦାଶଙ୍କୁ ବିରୋଧକୁ ନେଇ ଉତେଜନା । କଳା ପତାକା ପ୍ରଦର୍ଶନାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ

କନକ ବ୍ୟୁରୋ : ନିମାପଡା ବିଧାୟକ ସମୀର ଦାଶଙ୍କୁ ବିରୋଧ ସହିତ କଳାପତାକା ପ୍ରଦର୍ଶନ । ପୋଲିସ ଉପସ୍ଥିତିରେ ପ୍ରତିବାଦକାରୀଙ୍କୁ ନିସ୍ତୁକ ମାଡ ମାରିଲେ ବିଧାୟକଙ୍କ ସମର୍ଥକ । ନିଜ ନିର୍ବାଚନମଣ୍ଡଳୀ ଏରବଂଗ ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ବିଧାୟକ ଯାଉଥିଲେ । ଏହି ସମୟରେ ବିଧାୟକଙ୍କୁ ବିଜେପି କର୍ମୀ କଳାପତାକା ଦେଖାଇଥିଲେ । ପରେ ସମୀର ଦାସଙ୍କ ସମର୍ଥକ ଏହାକୁ ବିରୋଧ କରିଥିଲେ । ସମର୍ଥକଙ୍କ ଆକ୍ରମଣରେ ବିଜେପି ଯୁବମୋର୍ଚ୍ଚା ସଭାପତି ଆହତ ହୋଇଛନ୍ତି । ବଡ କଥା ହେଉଛି ଦୁଇ ପକ୍ଷ ମଧ୍ୟରେ ହାତାହାତି ବେଳେ ପୋଲିସ ଉପସ୍ଥିତ ଥାଇ ଦେଖୁଥିଲା । ଘଟଣାସ୍ଥଳରେ ଉତେଜନା ଦେଖାଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe