କନକ ବ୍ୟୁରୋ: ତେଲେଙ୍ଗାନାର କରିମନଗରରେ ଶନିବାର ଏକ ସ୍ଥାନୀୟ ହୋଟେଲର ଭବ୍ୟ ଉଦଘାଟନ ଉତ୍ସବରେ ଚିକେନ୍ ବିରିୟାନିକୁ ମାତ୍ର ୧ ଟଙ୍କାରେ ଅଫର କରାଯିବା ପରେ ପ୍ରବଳ ଭିଡ଼ ଓ ଦଳାଚକଟା ଦୃଶ୍ୟ ଦେଖିବାକୁ ମିଳିଥିଲା। ହୋଟେଲର ଅଫର ଥିଲା ଯେଉଁମାନେ ମୁଣ୍ଡ ପିଛା ୧ ଟଙ୍କିଆ ନୋଟ୍ ଆଣିଥିଲେ ସେମାନଙ୍କୁ ବିରିୟାନି ଏବଂ କେବଳ ଗୋଟିଏ ବିରିୟାନୀ ଯୋଗାଇ ଦିଆଯିବ । ଏହା ଜାଣିବା ପରେ ସେଠାରେ ଲୋକଙ୍କ ନାହିଁନଥିବା ଭିଡ ଦେଖିବାକୁ ମିଳିଥିଲା ।

Advertisment

ମାତ୍ର ଟଙ୍କାଟାରେ ଚିକେନ୍ ବିରିୟାନି ମିଳୁଛି ଖବର ଚାହୁଁଚାହୁଁ ପୁରା ସହରରେ ପ୍ରଚାର ହୋଇଗଲା । ଏହାପରେ ଦେଖିବାର ଥିଲା ସେଠିକାର ଭିଡ । ପାର୍ସଲ ସମେତ ଶତାଧିକ ପ୍ଲେଟ୍ ବିରିୟାନୀ ଲୋକଙ୍କୁ ଦିଆଯାଇଥିଲା। ତେବେ ରିହାତି ବିରିୟାନିର ମଜା ନେବାର ଏକ ଆକର୍ଷଣୀୟ ସୁଯୋଗ ଯାହା ଥିଲା ତାହା ଏକ ବିଶୃଙ୍ଖଳିତ ପରିସ୍ଥିତିକୁ ନିମନ୍ତ୍ରଣ କରିଥିଲା । ପ୍ରବଳ ଭିଡ଼ ପରେ ହୋଟେଲ କର୍ମଚାରୀ ବାଧ୍ୟ ହୋଇ ସଟର ବନ୍ଦ କରିଦେଇଥିଲେ। ଉତ୍ତେଜନା ବଢ଼ୁଥିବାରୁ ତେଲେଙ୍ଗାନା ଛକ ନିକଟରେ ଖୋଲିଥିବା ଏମ୍ପାୟାର ହୋଟେଲର ମ୍ୟାନେଜମେଣ୍ଟ ବାଧ୍ୟ ହୋଇ ଏହି ଅଫରକୁ ବନ୍ଦ କରିଦେଇଥିଲେ।

କେବଳ ଏତିକି ନୁହେଁ ହୋଟେଲ ସାମ୍ନାରେ ଏତେ ଭିଡ ଜମିଥିଲା ଯେ, ଟ୍ରାଫିକ୍ ଜାମ ହୋଇଥିଲା । ପୁଲିସ ଆସି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ ।