କାହିଁକି ଅଳ୍ପ ସମୟ କଲେ ଷ୍ଟେଜ୍ ସୋ… ତାତିଲେ ଦର୍ଶକ : ନିଶାଙ୍କ ପାଇଁ ଯାତ୍ରା ପେଣ୍ଡାଲରେ ଉଡିଲା ଚେୟାର

269

କନକ ବ୍ୟୁରୋ : ନିଶାଙ୍କ ପାଇଁ ଯାତ୍ରା ପେଣ୍ଡାଲରେ ଉଡ଼ିଲା ଚେୟାର । କାହିଁକି ନିଶା ମହାରଣା ଅଳ୍ପ ସମୟ ପାଇଁ ଷ୍ଟେଜ୍ ସୋ କଲେ ତାକୁ ନେଇ ତାତିଲେ ଦର୍ଶକ । ଷ୍ଟେଜ୍ ଉପରକୁ ଫିଙ୍ଗିଲେ ଚେୟାର । ଅନୁଗୁଳ କିଶୋରନଗର ବରପଡ଼ିଆରେ ଚାଲିଥିବା ଯାତ୍ରା ପେଣ୍ଡାଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବର୍ଷା କାରଣରୁ ରାତି ୨ଟା ୧୫ ମିନିଟରେ ଆରମ୍ଭ ହୋଇଥିଲା ନାଚ । ଏହା ସହ ନିଶା ମହାରଣା ଅଳ୍ପ ସମୟ ପାଇଁ ଷ୍ଟେଜ୍ ସୋ କରିଥିବାରୁ ଏହାକୁ ନେଇ ଦର୍ଶକମାନେ ରାଗି ଯାଇଥିଲେ । ଉତକ୍ଷିପ୍ତ ହୋଇ ଷ୍ଟେଜ୍ ଉପରକୁ ଚେୟାର ଫିଙ୍ଗିଥିଲେ ଦର୍ଶକ । ଫଳରେ କିଛି ସମୟ ପାଇଁ ନାଟକ ବନ୍ଦ ରହିଥିଲା । ଆୟୋଜକଙ୍କ ବୁଝାସୁଝା ପରେ ପୁଣି ଆରମ୍ଭ ହୋଇଥିଲା ନାଟକ ।