ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା । ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ କଲେ ବାଚସ୍ପତି ।

82

କନକ ବ୍ୟୁରୋ: ବିଧାନସଭା ଶୀତ ଅଧିବେଶନର ଆଜି ଦ୍ୱିତୀୟ ଦିନରୁ ହିଁ ବିରୋଧୀଙ୍କ ଜୋରଦାର ହଙ୍ଗାମା । ହଙ୍ଗାମା ଯୋଗୁଁ ଗୃହକୁ ସାଢ଼େ ୧୧ଟା ଯାଏଁ ମୁଲତବୀ କଲେ ବାଚସ୍ପତି । ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟଙ୍କ ମଧ୍ୟରେ ହୋହଲ୍ଲା । ବିଧାନସଭା ଭିତରେ ବାଚସ୍ପତିଙ୍କ ପୋଡ଼ିୟମ୍ ନିକଟକୁ ଆସି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ।

ଫସଲ ବୀମା, ଇନପୁଟ୍ ସବସିଡି, ମଣ୍ଡି ପ୍ରସଙ୍ଗକୁ ନେଇ ବିରୋଧୀ ଅଧିବେଶନର ଦ୍ୱିତୀୟ ଦିନରେ ଜୋରଦାର ହୋହଲ୍ଲା କରିଛନ୍ତି । ତେବେ କଂଗ୍ରେସ ଓ ବିଜେପି ହଟ୍ଟଗୋଳ କରୁଥିବାବେଳେ ବିଜେଡି ବିଧାନସଭା ବାହାରେ ଏମଏସପି ପ୍ରସଙ୍ଗ ନେଇ ବିକ୍ଷୋଭ କରିଛି । ତେଣୁ ବାଚସ୍ପତି ବିକ୍ରମକେଶରୀ ଆରୁଖ ଗୃହକୁ ଦିନ ୧୧ଟା ୩୦ ମିନିଟ୍ ଯାଏଁ ମୁଲତବୀ କରିଛନ୍ତି ।