କନକ ବ୍ୟୁରୋ: ରୂପାନ୍ତରିକରଣ କାମକୁ ନେଇ ସ୍କୁଲ ହତାରେ ହଙ୍ଗାମା । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। ଉତେଜନା, ଧାରଣା, ମାରପିଟ ଓ ବିଦ୍ୟାଳୟ ପରିସର ପାଲଟିଲା ରଣକ୍ଷେତ୍ର ଓ କାକଟପୁର ଥାନାରେ ମାମଲା ଓ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଉଦୟପୁର ଗ୍ରାମରେ ଥିବା ନାରାୟଣ ବିଦ୍ୟାପୀଠରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବିଦ୍ୟାଳୟ ରୂପାନ୍ତରିକରଣ କାର୍ଯ୍ୟ ଚାଲିଥିବା ବେଳେ ସପକ୍ଷ ଓ ବିପକ୍ଷବାଦୀ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି ।

Advertisment

ବିଦ୍ୟାଳୟ ହତା ଭିତରେ ଉତେଜନା ଠେଲାପେଲା ଓ ମାରପିଟ ହୋଇଛନ୍ତି ଓ ଛତ୍ରଛାତ୍ରୀ ଘର ଭିତରେ ପାଠପଢା ଚାଲିଥିବା ବେଳେ ବିଦ୍ୟାଳୟ ପରିସରରେ ମାରପିଟ ଚାଲିଥିଲା ଓ ପ୍ରାୟ ଅଧଘଣ୍ଟା ପାଇଁ ବିଦ୍ୟାଳୟ ପରିସର ରଣକ୍ଷେତ୍ର ପାଲଟି ଯାଇଥିଲା । ଏଥିରେ ତିନିଜଣ ବ୍ୟକ୍ତି ଆହତ ହୋଇଛନ୍ତି ଓ ନାରାୟଣ ବିଦ୍ୟାପୀଠର ରୂପାନ୍ତରିକରଣ ପାଇଁ ପଚାଶ ଲକ୍ଷ ଟଙ୍କା ଆସିଛି ଓ ପୂର୍ବ ସରକରଙ୍କ ଅମଳରେ ଫାଇଭ ଟି କାର୍ୟ୍ୟକ୍ରମରେ ଏହି ଅର୍ଥ ଆସିଛି ।  ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିଜ ମନଇଛା, ବିଦ୍ୟାଳୟ ପରିଚାଳନା କମିଟି ବିନା ଅନୁମତିରେ କିଛି ଯୁବକଙ୍କ ମାଧ୍ୟମରେ କାମ କରୁଥିଲା ଅଭିଭାବକମାନେ ଅଭିଯୋଗ କରିଛନ୍ତି ।

ଗତ ତିନିଦିନ ହେବ ବିଦ୍ୟାଳୟ ଫାଟକ ବାହାରେ ଧାରଣା ବସିଛନ୍ତି ଓ ଆଜି ବିଦ୍ୟାଳୟ ଫାଟକ ବାହାରେ ଅଭିଭାବକଙ୍କ ଧାରଣା ଚାଲିଥିବା ବେଳେ ଦୁଇ ଗୋଷ୍ଠୀଙ୍କ ଯୁକ୍ତିତର୍କ ଚାଲିଥିଲା ଓ ଦୁଇ ଗୋଷ୍ଠୀ ଲୋକେ ଠେଲା ପେଲା ହୋଇ ବିଦ୍ୟାଳୟ ପରିସରରେ ମାରପିଟ ହୋଇଥିଲେ ଓ ସେପଟେ ନାରାୟଣ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ କହିଛନ୍ତି, ବିଦ୍ୟାଳୟର ବିକାଶ ଆସିଥିବା ଅନୁଦାନ ଅସ୍ତରଙ୍ଗ ବ୍ଲକ ବିଡିଓଙ୍କ ଆକାଉଣ୍ଟ ପଠାଇ ଦେଇଛନ୍ତି ଓ ବିଡିଓ କାହାକୁ କାମ ଦେଇଛନ୍ତି, ସେ ଜାଣିନାହାନ୍ତି । ସେପଟେ ଆଜି ବିଦ୍ୟାଳୟ ପରିସରରେ ହୋଇଥିବା ଗଣ୍ଡଗୋଳକୁ ନେଇ କାକଟପୁର ଥାନାରେ ଏତଲା ଦିଆଯାଇଛି ।