ପଞ୍ଜାବ କଂଗ୍ରେସର ନୂଆ ସମୀକରଣ । ଅମରିନ୍ଦରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଚନ୍ନି, ହାଇକମାଣ୍ଡଙ୍କୁ ଭେଟିବାକୁ ଦିଲ୍ଲୀରେ ସିଦ୍ଧୁ

121

କନକ ବ୍ୟୁରୋ : ନବଜୋତସିଂ ସିଦ୍ଧୁଙ୍କ ସହ ସଂପର୍କ ଖରାପ ହେବାପରେ ପଞ୍ଜାବ କଂଗ୍ରେସ ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ପ୍ରଥମଥର ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦରସିଂଙ୍କୁ ଭେଟିଛନ୍ତି ।

ଅମରିନ୍ଦର ଓ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ମଧ୍ୟରେ ଏହି ସାକ୍ଷାତ ସିସବା ଫାର୍ମ ହାଉସରେ ହୋଇଛି । ହେଲେ ଏହି ସାକ୍ଷାତ ପଛରେ କଣ ରହିଛି ରାଜନୈତିକ ଏଜେଣ୍ଡା ତାହା ସାମ୍ନାକୁ ଆସିନାହିଁ । ଅନୁମାନ କରାଯାଉଛି କି ପଞ୍ଜାବ ରାଜନୀତିରେ ଅମରିନ୍ଦରଙ୍କର ଅନୁଭବକୁ ନଜର କରି ଚନ୍ନି କିଛି ନୂଆ ଗେମ୍ ଖେଳିପାରନ୍ତି ।

କହିରଖୁ କି ସିଦ୍ଧୁ ଯେତେବେଳେ ମୁଖ୍ୟମନ୍ତ୍ରୀ ଅମରିନ୍ଦରସିଂଙ୍କ ବିରୋଧରେ ପଞ୍ଜାବର କଂଗ୍ରେସ ବିଧାୟକ ଓ ମନ୍ତ୍ରୀମାନଙ୍କୁ ଏକତ୍ରିତ କରୁଥିଲେ ସେମାନଙ୍କ ମଧ୍ୟରେ ବର୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ବି ସାମିଲ ଥିଲେ । ତଥାପି ଚନ୍ନି ଯେଉଁଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସେଦିନ ଅମରିନ୍ଦରସିଂ ତାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ । ହେଲେ ସମୟର ଅଭାବ ଦର୍ଶାଇ ଚନ୍ନି ଏହି ନିମନ୍ତ୍ରଣକୁ ଗ୍ରହଣ କରିନଥିଲେ ।

ପଞ୍ଜାବ କଂଗ୍ରେସ ରାଜନୀତିରେ ଗୋଟେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବର୍ତମାନର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଭେଟଘାଟ ହେଉଥିବା ବେଳେ ସେପଟେ ଆଜି ଦିଲ୍ଲୀରେ ଦଳର ମହାସିଚିବ କେ.ସି ବେଣୁଗୋପାଳ ଓ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତଙ୍କୁ ଭେଟିବାକୁ ଦିଲ୍ଲୀ ପହଂଚିଛନ୍ତି ସିଦ୍ଧୁ । ଅନୁମାନ କରାଯାଉଛି କି ଆଜିର ବୈଠକରେ ସିଦ୍ଧୁ ଦେଇଥିବା ଇସ୍ତଫାପତ୍ର ପତ୍ୟାହାର କରିବାକୁ ବେଣୁ ଗୋପାଳ ଓ ରାୱତ ସିଦ୍ଧୁଙ୍କତୁ ବୁଝାଇବାକୁ ଚେଷ୍ଟା କରିପାରନ୍ତି ।

ଯଦି ସିଦ୍ଧୁ ତାଙ୍କ ଇସ୍ତଫାପତ୍ର ପ୍ରତ୍ୟାହାର କରୁଛନ୍ତି ତେବେ ସେ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ରହିବେ । ସିଦ୍ଧୁ ଉଭୟ ଚନ୍ନି ଓ ଅମରିନ୍ଦରଙ୍କୁ ବିରୋଧ କରୁଥିବା ବେଳେ ଚନ୍ନି ଓ ଅମରିନ୍ଦର ତା ପୂର୍ବରୁ ଏକାଠି ହୋଇ ସିଦ୍ଧୁଙ୍କ ଯୋଜନା ପଣ୍ଡ କରିବାକୁ ଚେଷ୍ଟାକରିପାରୁଥାଇ ପାରନ୍ତି ।