କନକ ବ୍ୟୁରୋ : ଆସନ୍ତା ୧୯ ତାରିଖରୁ ଭିତରକନିକା ବୁଲି ପାରିବେ ପର୍ଯ୍ୟଟକ । ତେବେ ଭିତରକନିକା ଖୋଲିବା ନେଇ ନିୟମରେ ପରିବର୍ତନ କରାଯାଇଛି । ଡ଼ାଙ୍ଗମାଳ ପ୍ରବେଶ ପଥରେ ଟିକେଟ କରି ଭିତରକୁ ଯାଇପାରିବେ ପର୍ଯ୍ୟଟକ । ବୁଲିବା ସମୟରେ ପର୍ଯ୍ୟଟକଙ୍କୁ କୋଭିଡ଼ କଟକଣା ମାନିବାକୁ ପଡ଼ିବ ।

Advertisment

ବୟସ୍କ ଲୋକଙ୍କୁ ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଅକ୍ଟୋବର ୧ ତାରିଖରୁ ରାତ୍ରକାଳୀନ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଖୋଲିଥିଲା । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଚନା ଦେଇଛନ୍ତି ।