ବଦଳିଲା ବିଦ୍ୟାଳୟ ଚିତ୍ର–ସୁଧୁରିପାରିଲାନି ସ୍ଥିତି: ଅତ୍ୟାଧୁନିକ ସ୍ମାର୍ଟ କ୍ଲାସରୁମ୍ ଥାଇ ବି ନାହାନ୍ତି ଶିକ୍ଷକ

213

କନକ ବ୍ୟୁରୋ: ସ୍କୁଲ ଅଛି । ପିଲା ମଧ୍ୟ ଅଛନ୍ତି । ଅତିସୁନ୍ଦର ବାତାରବଣ ଭିତରେ ବଦଳିଯାଇଛି ବିଦ୍ୟାଳୟର ଚିତ୍ର । ଅତ୍ୟାଧୁନିକ ସ୍ମାର୍ଟ କ୍ଲାସ ସହ ଲାଇବ୍ରେରୀ ପର୍ଯ୍ୟନ୍ତ ସବୁ ପ୍ରକାର ସୁବିଧା କରାଯାଇଛି । ହେଲେ ବଦଳିପାରିନ ବିଦ୍ୟାଳୟର ଶିକ୍ଷା ନୀତି । ଏହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାହାନଗା ପଥରପେଣ୍ଠ ପଂଚାୟତ ଶିବପୁରା ଗାଁରେ ଥିବା ବିଦ୍ୟାଳୟରେ । ଶିବପୁରାରେ ରହିଛି ପ୍ରାଣବନ୍ଧୁ ବିଦ୍ୟା ପୀଠ । ଯେଉଁଠି ଶିକ୍ଷା ପାଇଁ ସମସ୍ତ ସୁବିଧା ରହିଛି । ହେଲେ ସେହି ସୁବିଧା ଭିତରେ ବିପର୍ଯ୍ୟସ୍ତ ହୋଇପଡିଛି ଶିକ୍ଷା ବ୍ୟବସ୍ଥା । ଏଠାରେ ଶିକ୍ଷକ ମରୁଡି ଦେଖିବାକୁ ମିଳିଛି । ଶିକ୍ଷକ ଅଭାବରୁ ପିଲାଙ୍କ ପାଠ ପଢା ସଠିକ୍ ଭାବେ ହୋଇପାରୁନି । କମ୍ପ୍ୟୁଟର ପଢାଇବାକୁ ଶିକ୍ଷକ ନଥିବା ବେଳେ ତାହା ବି ଅଦରକାରୀ ହୋଇ ପଡି ରହିଛି ।

୧୯୮୦ରୁ ବିଦ୍ୟାଳୟ ସ୍ଥାପନା ହୋଇଛି । ଯେଉଁଠି ଏବେ ୧୦୦ରୁ ଅଧିକ ପିଲା ପାଠ ପଢୁଛନ୍ତି । ହେଲେ ବିଦ୍ୟାଳୟରେ ରହିଛି ଶିକ୍ଷକ ଅଭାବ । ଚଳିତଥର ଜଣେ ଶିକ୍ଷକ ସ ଜଣେ ଶିକ୍ଷୟିତ୍ରୀଙ୍କ ଅବସର ପରେ ଶିକ୍ଷାଦାନରେ ବାଧା ଉପୁଜିଛି । ଏପର୍ଯ୍ରନ୍ତ ନୂଆ ଶିକ୍ଷକ ନିଯୁକ୍ତି ହୋଇନଥିବା ବେଳେ ଗାଁର ଲୋକମାନେ ଅଭିଯୋଗ ଆଣିଛନ୍ତି । ବହୁବାର ଜଣାଇଥିଲେ ବି ସମସ୍ୟାର ସମାଧାନ ହୋଇପାରୁନି । ବିଦ୍ୟାଳୟ ରେ ଆବଶ୍ୟକ ପିଲା ଥାଇ ବି ପାଠ ପଢାଇବାକୁ ନାହାନ୍ତି ଶିକ୍ଷକ । ଏଥିପ୍ରତି ଗୁରୁତ୍ୱ ଦିଆଯାଇ ଖୁôବଶୀଘ୍ର ଶିକ୍ଷକ ନିଯୁକ୍ତି କରାଯିବା ଜରୁୀର ହୋଇପଡିଛି ।