ବଦଳିଲେ ଓଡିଶାର ମୁଖ୍ୟ ଶାସନ ସଚିବ । ଅସିତ୍ ତ୍ରିପାଠୀଙ୍କ ବଦଳରେ ସୁରେଶ ମହାପାତ୍ର ହେଲେ ମୁଖ୍ୟ ଶାସନ ସଚିବ ।

267

କନକ ବ୍ୟୁରୋ : ରାଜ୍ୟ ପ୍ରଶାସନିକ ସେବାର ହୋଇଛି ବଡ ଧରଣର ଅଦଳ ବଦଳ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସ୍ଥାନରେ ସୁରେଶ ମହାପାତ୍ରଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ଅଗଷ୍ଟ ୧୫ ୨୦୧୯ ମସିହାରେ ଅସିତ ତ୍ରିପାଠୀଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ଅବସ୍ଥାପିତ କରରାଯାଇଥିଲା । ଚଳିତ ମାସ ୩୧ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି । ଏହାପରେ ସୁରେଶ ମହାପାତ୍ର ଏହି ପଦରେ ଅବସ୍ଥାପିତ ହେବେ । ସେ ମୁଖ୍ୟ ଶାସନ ସଚିବ ବ୍ୟତିତ ମୁଖ୍ୟ ଉନ୍ନୟନ କମିଶନ ଭାବେ ମଧ୍ୟ ଦାୟିତ୍ୱ ତୁଲାଇବେ ବୋଲି ସୂଚନା ମିଳିଛି । ଏହାସହ ପ୍ରଦୀପ ଜେନାଙ୍କୁ ଉନ୍ନୟନ କମିଶନ ଭାବେ ଦାୟିତ୍ୱ ଦିଆଯାଇଛି । ପ୍ରଦୀପ ଜେନା ଏହା ବ୍ୟତିତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ମଧ୍ୟ ତୁଲାଇବେ । ଅବସର ପରେ ଅସିତ ତ୍ରିପାଠୀ ପଶ୍ଚିମ ଓଡିଶା ବିକାଶ ପରିଷଦର ଦାୟିତ୍ୱ ତୁଲାଇବେ । ଏଥି ସହିତ ପର୍ଯ୍ୟଟନ, ଶିଳ୍ପ ଏବଂ ଆଞ୍ଚଳିକ ବିକାଶ ଭଳି ପ୍ରସଙ୍ଗରେର ମୁଖ୍ୟମନ୍ତ୍ରୀଙ୍କର ପ୍ରମୁଖ ପରାମର୍ଶଦାତା ଭାବେ ଦାୟିତ୍ୱ ତୁଲାଇବେ ବୋଲି ସୂଚନା ମିଳିଛି ।