ବଦଳିଲା ୨ ଶ୍ରମିକଙ୍କ ଭାଗ୍ୟ । ମାଟି ଖୋଳିବା ବେଳେ ମିଳିଲା ଏତେ ପରିମାଣର ହୀରା ….

429

କନକ ବ୍ୟୁରୋ : ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡି ଦିଅନ୍ତି । ତାହା ଏବେ ପ୍ରମାଣିତ ହୋଇଛି ମଧ୍ୟପଦେଶର ୨ ଜଣ ଶ୍ରମିକଙ୍କ କ୍ଷେତ୍ରରେ । କେବେ ନିଜ ଜମିରେ ଚାଷ କରିବା ତ କେବେ ଅନ୍ୟମାନଙ୍କ ନିକଟରେ ମଜୁରୀ କରୁଥିବା ୨ ଜଣ ଶ୍ରମିକ ହଠାତ ପାଲଟି ଯାଇଛନ୍ତି କୋଟିପତି । ମାଟି ଖୋଳୁ ଖୋଳୁ ସେମାନଙ୍କୁ ମିଳିଛି ହୀରା । ମଧ୍ୟପ୍ରଦେଶର ପାନ୍ନା ଜିଲ୍ଲାରେ ଘଟିଛି ଏଭଳି ଘଟଣା । ଜିଲ୍ଲାର ଜରୁଆପୁର ଗ୍ରାମର ଦିଲ୍ଲୀପ ମିଶ୍ର ନିଜ ଜମିରେ ମାଟି ଖୋଳୁଥିବା ବେଳେ ତାଙ୍କୁ ୭.୪୪ ଗ୍ରାମର ହୀରା ମିଳିଛି । ସେହିଭଳି କ୍ରୀଷ୍ଣକଲ୍ୟାଣପୁର ଗ୍ରାମର ଲଖନ ଯାଦବ ବି ଜମିରେ ମାଟି ଖୋଳୁଥିବା ବେଳେ ତାଙ୍କୁ ୧୪.୯୮ ଗ୍ରାମ ଓଜନର ହୀରା ମିଳିଛି । ଏନେଇ ହୀରା ପରୀକ୍ଷକ ଅନୁପମ୍ ସିଂ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି । ଏହି ହୀରା ଗୁଡିକୁ ଡାଇମଣ୍ଡ ଅଫିସରେ ଦାଖଲ କରାଯାଇଛି । ଦିଲ୍ଲୀପଙ୍କୁ ମିଳିଥିବା ହୀରାର ଦାମ୍ ୩୦ ଲକ୍ଷ ଟଙ୍କା ହୋଇଥିବା ବେଳେ ଲଖନଙ୍କୁ ମିଳିଥିବା ହୀରାର ଦାମ ୬୦ ଲକ୍ଷ ରୁ ଅଧିକ ଟଙ୍କା ହେବ ବୋଲି ହୀରା ପରୀକ୍ଷକ କହିଛନ୍ତି । ହେଲେ ଏହି ହୀରା ନିଲାମ ହେବା ପରେ ଉଭୟ ଶ୍ରମିକଙ୍କୁ ନିଲାମ ମୂଲ୍ୟର ୧୨.୫ ପ୍ରତିଶତ ପ୍ରଦାନ କରାଯିବ ।