୨୫ ତାରିଖ ପାଇଁ ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ । କାଲି ରାତି ୧୨ଟାରୁ ଆରମ୍ଭ ହେବ ଦ୍ୱାରଫିଟା ନୀତି । ସକାଳ ସୁଦ୍ଧା ବାହାରିବ ପ୍ରଥମ ଅବଢା

୨୫ ତାରିଖ ପାଇଁ ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ । କାଲି ରାତି ୧୨ଟାରୁ ଆରମ୍ଭ ହେବ ଦ୍ୱାରଫିଟା ନୀତି । ସକାଳ ସୁଦ୍ଧା ବାହାରିବ ପ୍ରଥମ ଅବଢା

କନକ ବ୍ୟୁରୋ: କାର୍ତ୍ତିକ ମାସ ପାଇଁ ପୁରୀରେ ଏବେ ହବିଷ୍ୟାଳିଙ୍କ ଭିଡ ଜମିଛି । ଆଉ ଆସନ୍ତା ୨୫ତାରିଖରେ ସୂର୍ଯ୍ୟୋପରାଗ ପଡୁଥିବାରୁ ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଛି । ୨୫ ତାରିଖ ପାଇଁ ଆସନ୍ତାକାଲି ରୀତିରୁ ଆରମ୍ଭ ହେବ ନୀତିକାନ୍ତି । ସେହିପରି ପରାଗ ଯୋଗୁଁ ପୟୋଶ୍ରାଦ୍ଧ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

  • ଖଣ୍ଡଗ୍ରାସ ପାଇଁ ଶ୍ରୀମନ୍ଦିରର ନୀତିକାନ୍ତିରେ ପରିବର୍ତ୍ତନ
  • ସୂର୍ଯ୍ୟପରାଗରେ ଭକ୍ତ କରିପାରିବେନି ମଙ୍ଗଳଆଳତୀ ଦର୍ଶନ

କାର୍ତ୍ତିକ ମାସ ପାଇଁ ପୁରୀରେ ଏବେ ହବିଷ୍ୟାଳିଙ୍କ ଭିଡ । ଆଉ ୨୫ ତାରିଖରେ ସୂର୍ଯ୍ୟୋପରାଗ ପଡୁଥିବାରୁ ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଛି । ୨୫ ତାରିଖର ନୀତିକାନ୍ତି ସୋମବାର ରାତିରୁ ଆରମ୍ଭ ହେବ ।

  • ରାତି ୧୨ଟାରେ ଦ୍ୱାରଫିଟା ନୀତି ହେବ
  • ୪ଟା ୫୫ ମିନିଟ ସୁଦ୍ଧା ପ୍ରଥମ ଭୋଗମଣ୍ଡପ ବଢି ନୀତି ଶେଷ ହେବ
  • ଅବଢା ରୋଷେଇ ବି ସରିବ
  • ପ୍ରଥମ ଭୋଗମଣ୍ଡପ ବଢିବା ପରେ ନୀତିକାନ୍ତି ବନ୍ଦ ରହିବ

ପୁଣି ଅପରାହ୍ନ ୪ଟା୫୬ ମିନିଟ ୫୨ ସେକେଣ୍ଡରେ ଯେତେବେଳେ ଗ୍ରହଣ ସ୍ପର୍ଶ କରିବ ସେହି ସମୟରୁ ପୁଣି ମହାପ୍ରଭୁଙ୍କ ନୀତିକାନ୍ତି ଚାଲିବ । ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ଓ ଅନ୍ୟାନ୍ୟ ନୀତି ସରିବା ପରେ ଦ୍ୱିତୀୟ ଭୋଗମଣ୍ଡପ ପାଇଁ ପ୍ରସ୍ତୁତି ଆରମ୍ଭ ହେବ ।

  • ପୟାଶ୍ରାଦ୍ଧ ପାଇଁ ହେଲା ସ୍ଥାନ ନିର୍ଦ୍ଧାରଣ
  • ୫ଟି ସ୍ଥାନରେ ହେବ ବଡବଡୁଆ ଡାକ

ସୋମବାର ଦୀପାବଳି ପଡୁଥିବାରୁ ପୟାଶ୍ରାଦ୍ଧ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବଡବଡୁଆ ଡାକିବା ଓ କାଉଁରିଆ କାଠି ଜାଳିବା ପାଇଁ କାକୁଡିଖାଇ ଓ ମଙ୍ଗୁମଠ ନିକଟରେ ୫ଟି ସ୍ଥାନ ଚିହ୍ନଟ କରାଯାଇଛି । ଲୋକେ ଯେପରି ଶୃଙ୍ଖଳିତ ଓ ସୁରକ୍ଷିତ କାଉଁରିଆ ଜାଳିପାରିବେ ସେଥିପାଇଁ ସବୁପ୍ରକାରର ବ୍ୟବସ୍ଥା ହୋଇଛି । ତେବେ ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ଆରମ୍ଭ ହେବ । ଗ୍ରହଣ ଭୋଗ ନୀତି ହୋଇ ଅନ୍ୟାନ୍ୟ ନୀତି ବଢିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe