ମୋଦିଙ୍କ ଓଡିଶା ଗସ୍ତ କାର୍ଯ୍ୟସୂଚୀରେ ପରିବର୍ତ୍ତନ । ଆସନ୍ତା ୧ରେ ଆସିବେ ଅମିତ, ୨ରେ ଆସିବେ ମୋଦି ।

244

କନକ ବ୍ୟୁରୋ : ଆସନ୍ତା ୧ ନୁହେଁ ୨ରେ ଓଡିଶା ଗସ୍ତରେ ଆସିବେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇଥିବା ସୂଚନା ଦେଇଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ୨ରେ ମୋଦି କଳାହାଣ୍ଡି ନିର୍ବାଚନ ସଭାରେ ଯୋଗ ଦେବେ ବୋଲି ଗୋଲକ କହିଛନ୍ତି । ଏହାପୂର୍ବରୁ ମୋଦି ୧ ତାରିଖରେ କଳାହାଣ୍ଡି ନିର୍ବାଚନ ସଭାରେ ଯୋଗ ଦେବେ ବୋଲି କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା । କଳାହାଣ୍ଡି ଆସିବା ପୂର୍ବରୁ ମୋଦି ଆସନ୍ତା ୨୯ ତାରିଖରେ ଜୟପୁର ନିର୍ବାଚନ ସଭାରେ ଯୋଗ ଦେବା ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି ।

ମୋଦିଙ୍କ ବଦଳରେ ଆସନ୍ତା ୧ ତାରିଖରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା । ୧ ତାରିଖରେ ପାରଳାଖେମୁଣ୍ଡି ଓ ଉମରକୋଟରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ଅମିତ । ତେବେ ଉଭୟ ମୋଦି ଓ ଅମିତ ରାଜ୍ୟ ସରକାରଙ୍କ ପ୍ରତି କିଭଳି ଆଭିମୁଖ୍ୟ ପୋଷଣ କରୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିବ । ମିଶନ ୧୨୦କୁ ସଫଳ କରିବାକୁ ବିଜେପି ଚାଣକ୍ୟ ଅମିତ ଶାହା କର୍ମୀ ମାନଙ୍କୁ କେଉଁ ଗୁରୁମନ୍ତ୍ର ଦେଉଛନ୍ତି ତାହା ଦେଖିବା ବାକି ରହିଲା ।